ପ୍ରଦୂଷଣ ଯୋଗୁଁ ରାଜଧାନୀରେ ୧୦ ନଭେମ୍ବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ୬ଷ୍ଠ ଠାରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲିବ ଅନଲାଇନ କ୍ଲାସ
ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ବିପଦପୂର୍ଣ୍ଣ ସ୍ତରକୁ ଦୃଷ୍ଟିରେ ରଖି ସରକାର ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶି ରବିବାର କହିଛନ୍ତି । ଏହି ଅବଧିରେ ବିଦ୍ୟାଳୟଗୁଡ଼ିକୁ ୬ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସକୁ ସ୍ଥାନାନ୍ତର କରିବାର ବିକଳ୍ପ ଦିଆଯାଇଛି ।

ବିଷ ବଳୟରେ ଦିଲ୍ଲୀ । ତେଣୁ ୧୦ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ରାଇମେରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଶିକ୍ଷାମ ନ୍ତ୍ରୀ। ଦିଲ୍ଲୀରେ ଵାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ଖବର ମୁତାବକ, ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ବିପଦପୂର୍ଣ୍ଣ ସ୍ତରକୁ ଦୃଷ୍ଟିରେ ରଖି ସରକାର ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶି ରବିବାର କହିଛନ୍ତି । ଏହି ଅବଧିରେ ବିଦ୍ୟାଳୟଗୁଡ଼ିକୁ ୬ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସକୁ ସ୍ଥାନାନ୍ତର କରିବାର ବିକଳ୍ପ ଦିଆଯାଇଛି । ଦିଲ୍ଲୀରେ ଏକ୍ୟୁଆଇ ୪୮୬, ଜହାଙ୍ଗୀରପୁରୀରେ ୪୬୩, ଆଇଜିଆଇ ଏୟାରପୋର୍ଟ ଟି୩ ରେ ୪୮୦ ରେକର୍ଡ କରାଯାଇଛି ।
As pollution levels continue to remain high, primary schools in Delhi will stay closed till 10th November.
For Grade 6-12, schools are being given the option of shifting to online classes.
— Atishi (@AtishiAAP) November 5, 2023
ଦିଲ୍ଲୀ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଆତିଶି କହିଛନ୍ତି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବିଶେଷକରି ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଏହି କାରଣରୁ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୧୦ ନଭେମ୍ବର ୨୦୨୩ ସୁଦ୍ଧା ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିସଂଖ୍ୟାନ ଅନୁସାରେ, ୨୭ ଅକ୍ଟୋବରରୁ ୩ ନଭେମ୍ବର ମଧ୍ୟରେ ଦିଲ୍ଲୀରେ ଏକ୍ୟୁଆଇ ୨୦୦ରୁ ଅଧିକ ବୃଦ୍ଧି ପାଇଁ ୫୦୦ରେ ପହଞ୍ଚିଛି । ପଞ୍ଜାବ ଏବଂ ହରିୟାଣାରେ ପରାଲୀ ଜଳାଇବା ଘଟଣା ଯୋଗୁଁ ଏହା ବଢିବାରେ ଲାଗିଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା ସବୁଠାରୁ ଖରାପ ରହିଛି ।