Below header

ଓଡ଼ିଶା ଭିତରକୁ ପ୍ରବେଶ ପାଇଁ ୧୨ଟି ରୁଟ ଚିହ୍ନଟ କଲେ ପୋଲିସ ଡିଜି ଅଭୟ, କେହି ଚାଲି ଚାଲି ଗନ୍ତବ୍ୟ ସ୍ଥଳକୁ ଯିବେ ନାହିଁ

କେନ୍ୟୁଜ୍ (ବ୍ୟୁରୋ):  ରାଜ୍ୟରେ କୌଣସି ପ୍ରବାସୀ ଶ୍ରମିକ ଚାଲିଚାଲି ଯିବେ ନାହିଁ। କେହି ଚାଲିଚାଲି ଯାଉଥିଲେ ସେମାନଙ୍କୁ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ଛଡ଼ାଯିବ। ଏହାସହ ସେମାନଙ୍କୁ ପାଖ ଥାନାକୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିବା କହିଛନ୍ତି ପୋଲିସ ଡିଜି ଅଭୟ। ସେହିପରି ବିଭିନ୍ନ ସୀମାନ୍ତରେ ପ୍ରବାସୀଙ୍କ ଯାଆସ ନେଇ ତଥ୍ୟ ରଖିଛନ୍ତି। ଓଡ଼ିଶା ଭିତରକୁ ପ୍ରବେଶ ପାଇଁ ୧୨ଟି ରୁଟକୁ ଚିହ୍ନଟ କରାଯାଇଥିଲା। ସୀମାନ୍ତର ଏହି ଚେକ ପଏଣ୍ଟ ଦେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଆସିଛନ୍ତି।

ଏହି ସମୟ ମଧ୍ୟରେ ସର୍ବାଧିକ ୧୩ଶହ ୪୯ଟି ବସ ରାଜ୍ୟ ଭିତରକୁ ଆସିଛି। ୫ଶହରୁ ଅଧିକ ବସ ସୋହେଲା ଓ ଗିରିଶୋଳା ଦେଇ ଆସିଛି। ୪ହଜାର ୩ଶହ ୭୨ଟି ଚାରିଚକିଆ ଯାନ ଆସିଥିବା ବେଳେ ଲକ୍ଷ୍ମଣନାଥ ଚେକ ଗେଟ ଦେଇ ୧୪୬୦ଟି ଗାଡ଼ି ଓଡ଼ିଶା ଆସିଛି।

ସେପଟେ ଭୁବନେଶ୍ୱରରେ ପହଁଚିଛି ନୁଆ ଦିଲ୍ଲୀ ରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନ ।  ପ୍ରବାସୀ ଓଡ଼ିଆଙ୍କୁ ନେଇ ୧୮ଟି ବଗି ବିଶିଷ୍ଟ ଟ୍ରେନ ରାଜଧାନୀ  ଭୁବନେଶ୍ବରରେ ପହଁଚିଲା। ପ୍ଲଟଫର୍ମ ନମ୍ବର ୧ରେ ଓହ୍ଲାଇଛନ୍ତି ୫୬୬ ଜଣ ଯାତ୍ରୀ । ୧୫୦୩ ଜଣ ପଞ୍ଜିକୃତ କରିଥିଲେ। ୭ଟି ସ୍ଥାନରେ ଟ୍ରେନ ରହିବା ପରେ ଭୁବନେଶ୍ୱର ପହଁଚିଛି ଟ୍ରେନ।

ଷ୍ଟେସନ ଭିତରେ ୧୧ଟି ସେଣ୍ଟରରେ ଯାତ୍ରୀମାନଙ୍କରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଦୀର୍ଘ ଦିନ ପରେ ନିଜ ଘରକୁ ଫେରୁଥିବାରୁ ଯାତ୍ରୀମାନେ ବେଶ ଖୁସୀ ଥିବା ଜଣାଯାଇଛି । ପ୍ରଥମେ  ସ୍କ୍ରୀନିଂ କରାଯାଇ ଲକ୍ଷଣ ବାହାରିଲେ ସରକାରୀ ସଙ୍ଗରୋଧ ଗୃହକୁ ନିଆଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.