ଭିଟା ମାଟିକୁ ଫେରିଲେ ପ୍ରବାସୀ ଓଡିଆ, ନୁଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିଲା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର ଟ୍ରେନ

କେନ୍ୟୁଜ୍ (ବ୍ୟୁରୋ): ଭୁବନେଶ୍ୱରରେ ପହଁଚିଲା ନୁଆ ଦିଲ୍ଲୀ ରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନ ।  ପ୍ରବାସୀ ଓଡ଼ିଆଙ୍କୁ ନେଇ ୧୮ଟି ବଗି ବିଶିଷ୍ଟ ଟ୍ରେନ ରାଜଧାନୀ  ଭୁବନେଶ୍ବରରେ ପହଁଚିଲା। ପ୍ଲଟଫର୍ମ ନମ୍ବର ୧ରେ ଓହ୍ଲାଇଛନ୍ତି ୫୬୬ ଜଣ ଯାତ୍ରୀ । ୧୫୦୩ ଜଣ ପଞ୍ଜିକୃତ କରିଥିଲେ। ୭ଟି ସ୍ଥାନରେ ଟ୍ରେନ ରହିବା ପରେ ଭୁବନେଶ୍ୱର ପହଁଚିଛି ଟ୍ରେନ।ଷ୍ଟେସନ ଭିତରେ ୧୧ଟି ସେଣ୍ଟରରେ ଯାତ୍ରୀମାନଙ୍କରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଦୀର୍ଘ ଦିନ ପରେ ନିଜ ଘରକୁ ଫେରୁଥିବାରୁ ଯାତ୍ରୀମାନେ ବେଶ ଖୁସୀ ଥିବା ଜଣାଯାଇଛି । ପ୍ରଥମେ  ସ୍କ୍ରୀନିଂ କରାଯାଇ ଲକ୍ଷଣ ବାହାରିଲେ ସରକାରୀ ସଙ୍ଗରୋଧ ଗୃହକୁ ନିଆଯିବ ବୋଲି ସୂଚନା ମିଳିଛି।

ଖୋର୍ଦ୍ଧା ଭୁବନେଶ୍ୱର କଟକ ପାଇଁ ୧୦ଟି ବସର ବ୍ୟବସ୍ଥା କରାଯାଇଛି ଯାତ୍ରୀମାନେ ଚାହିଁଲେ ନିଜ ବ୍ୟବସ୍ତାରେ ଘରକୁ ଯାଇପାରିବେ। ରାଜ୍ୟ ପୋଲିସ ଓ ବି.ଏମ.ସିର ତତ୍ତ୍ବବଧାନରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ପାଇଁ ରେଳ ଷ୍ଟେସନରେ ବ୍ୟବସ୍ଥା କରାଯାଇଛି ।

ସେହିଭଳି  ଗତକାଲି ଘର ବାହୁଡିଛନ୍ତି ଦୁବାଇରେ ଫସିଥିବା ପ୍ରବାସୀ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଦୁବାଇରୁ ପ୍ରାୟ ୧୫୦ ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛିଥିଲେ। ୧୨ଟି ଜିଲ୍ଲାର ୧୫୦ ଜଣ ଯାତ୍ରୀ ଆସିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯାଇ  ସମସ୍ତଙ୍କୁ କ୍ୱାରେଣ୍ଟିନରେ ପଠାଯାଇଥିଲା।

୨୦ ଜଣ ଲେଖାଏଁ ଯାତ୍ରୀଙ୍କୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରି ବାହାରକୁ ଛଡ଼ାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିାଇ ଯେଉଁମାନଙ୍କର  ଲକ୍ଷଣ ନଥିଲା ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଇଥିଲା । ୧୨ଟି ଜିଲ୍ଲାକୁ ଯାତ୍ରୀଙ୍କ ଯିବା ପାଇଁ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.