Below header

ଶିଖରଚଣ୍ଡୀ ପାହାଡରେ ଭୋକିଲା ମାଙ୍କଡ଼ ଓ କୁକୁରଙ୍କୁ ପୋଲିସ୍‌ ବାଣ୍ଟିଲା ଖାଦ୍ୟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏଇ କରୋନା ଭୟ ଓ ଲକ୍‌ଡାଉନ୍‌ରେ ପୋଲିସ୍‌ ସାଜିଛି ଆମ ଅସଲ ହିରୋ । ଘରର ମୁରବୀ ଭଳି ସଚେତନ ଓ ସତର୍କ କରୁଛି, ତାଗିଦ ବି କରୁଛି । କେଉଁଠି ଗରିବଙ୍କୁ ଖାଦ୍ୟ ବାଣ୍ଟୁଛି ତ କେଉଁଠି ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା କରୁଛି । ତା ଭିତରେ ଜୀବଜନ୍ତୁଙ୍କ କଥା ବି ଭୁଲି ଯାଇନି । ଭୋକିଲା ଥିବା ମାଙ୍କଡ଼ ଓ ବୁଲା କୁକୁରମାନଙ୍କୁ ଖାଦ୍ୟ ବାଣ୍ଟିଛି । ଭୁବନେଶ୍ବର ଇନଫୋସିଟି ଥାନା ପିସିଆର୍ ନମ୍ବର ୩୧ର କର୍ମଚାରୀ, ହାବିଲଦାର ମହମ୍ମଦ କୁଦୁସ୍ ଓ ତାଙ୍କ ଟିମ୍ ଡ୍ୟୁଟିରୁ ଟିକେ ଫୁରସତ୍ ପାଇଲେ ପ୍ରତିଦିନ ଶିଖରଚଣ୍ଡୀ ପାହାଡକୁ ଯାଇ ସେଠାରେ ଥିବା ମାଙ୍କଡ ଓ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ।

ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯେଉଁଠି ସାରା ଦୁନିଆ କରୋନା ଲାଗି ଘରୁ ବାହାରୁନି ସେଠି ଜୀବଜନ୍ତୁ ଖାଦ୍ୟ ପାଇବେ ବା କେମିତି । ଏଭଳି ଚିନ୍ତା ଆସିବା ପରେ ପିସିଆର୍ ଷ୍ଟାଫ୍ ଏହି କାମରେ ନିଜକୁ ନିୟୋଜିତ କରିଛନ୍ତି । କମିଶନରେଟ୍ ପୋଲିସ୍ ପିସିଆର୍ ଷ୍ଟାଫ୍‌ଙ୍କୁ ଏଭଳି ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.