କରୋନା ଭାଇରସରେ ମାରିଥିବା ଭାବି ମୃତଦେହକୁ ଛୁଇଁଲେନି ପରିବାର ଲୋକେ, 5 ଘଣ୍ଟା ଧରି ପଡ଼ିରହିଲା ଗାଁ ରାସ୍ତାରେ

କରୋନା ଭାଇରସ ସଂକ୍ରମଣର ଭୟ ଲୋକଙ୍କ ମଧ୍ୟରେ ଏତେ ମାତ୍ରାରେ ବଢିଯାଇଛି ଯେ କୌଣସି ବ୍ୟକ୍ତିର ସାମାନ୍ୟ ମୃତ୍ୟୁରେ ବି ଲୋକେ ଶବକୁ ହାତ ମାରିବାକୁ ଡରୁଛନ୍ତି । ଏମିତି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ବରଦେହୀ ଥାନା ଅଞ୍ଚଳରେ । ଏଠାରେ ରାସ୍ତା ଉପରେ ପଡିଥିବା ଜଣେ ବ୍ୟକ୍ତିର ମୃତଦେହକୁ ତାଙ୍କ ପରିବାର ଲୋକେ ଉଠାଇବାକୁ ମନା କରିଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ସେମାନେ ମୃତଦେହକୁ ଘରକୁ ନେଇଥିଲେ ଏବଂ ସେଠାରୁ ଶ୍ମଶାନ ନେଇ ଅନ୍ତିମ ସଂସ୍କାର କରିଥିଲେ ।

hjhh

ଘଟଣାରୁ ଜଣାପଡିଛି, 47 ବର୍ଷୀୟ ଅଶୋକ ନାମକ ବ୍ୟକ୍ତି ଗାଁ ରାସ୍ତାରେ ଚାଲିକି ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ଏବଂ ସେଠାରେ ହିଁ ସେ ତଳେ ପଡିଯାଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଗାଁରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଅଧିକ ବସବାସ କରୁଥିବାରୁ କେହି ମୃତଦେହ ଉଠାଇବାକୁ ଯାଇ ନ ଥିଲେ । କରୋନା ମହାମାରୀର ଭୟ ହେତୁ ମୃତଦେହ ପାଖାପାଖି 5 ଘଣ୍ଟା ଧରି ଘଟଣାସ୍ଥଳରେ ପଡିରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.