Below header

ଅମାନିଆ ହେବେ ସାବାଡ଼: ରାଜଧାନୀର ବିଭିନ୍ନ ସ୍ଥାନରେ ହେଉଛି ନାଇଟ୍‌ ଚେକିଂ ଏବଂ ବ୍ଲକିଂ

ଭୁବନେଶ୍ୱର ସହରାଞ୍ଚଳରେ ପୋଲିସର ଜୋରଦାର ଚେକିଂ। ରାତି ଅଧିଆ ଚଢାଉ କରିବା ସହ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରୁଛି । ଏହାକୁ ନେଇ ଭୁବନେଶ୍ୱରରେ ଜାରି ରହିଛି ନାଇଟ୍ ପାଟ୍ରୋଲିଂ ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ସହରାଞ୍ଚଳରେ ପୋଲିସର ଜୋରଦାର ଚେକିଂ । ରାତି ଅଧିଆ ଚଢାଉ କରିବା ସହ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରୁଛି । ଏହାକୁ ନେଇ ଭୁବନେଶ୍ୱରରେ ଜାରି ରହିଛି ନାଇଟ୍ ପାଟ୍ରୋଲିଂ । ବିଭିନ୍ନ ଛକ ବଜାର ଗୁଡ଼ିକରେ ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ କରାଯାଉଛି ଚେକିଂ । ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିଲା ଏହି ଡ୍ରାଇଭ ।

ଏଥିରେ ଝାରପଡ଼ା, କଳ୍ପନା, କଟକ ରିଡ, ଖଣ୍ଡଗିରି ଛକ, ଅଞ୍ଚଳରେ ବ୍ୟାପକ ବ୍ଲକିଂ ଓ ଚେକିଂ ହୋଇଛି। ସେଫ୍ ସିଟି ଡ୍ରାଇଭ୍ ରେ ଏହି ଚେକିଂ କରାଯାଇଛି। କ୍ୟାପିଟାଲ ଥାନା, ଖାରବେଳ ନଗର ଥାନା, ମଞ୍ଚେଶ୍ୱର୍, ଲକ୍ଷ୍ମି ସାଗର, ଚନ୍ଦ୍ରଶେଖରପୁର ଥାନା ଅଧିକାରୀମାନେ ଏହି ଡ୍ରାଇଭ୍ ରେ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.