ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ

ଆସିକା ନିକଟରେ ବସ୍-ସ୍କୁଟି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ । କୋଟିନଡ଼ା ଥାନା କଲେଜ ଛକ ଡ଼ିପଲ ସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା । ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳର କେ. ରାଜେଶ ଓ କୁନାଲ ସାହୁ ।

ଭଞ୍ଜନଗର (କେନ୍ୟୁଜ): ଆସିକା ନିକଟରେ ବସ୍-ସ୍କୁଟି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ । କୋଟିନଡ଼ା ଥାନା କଲେଜ ଛକ ଡ଼ିପଲ ସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା । ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳର କେ. ରାଜେଶ ଓ କୁନାଲ ସାହୁ ।

ଭୋର ସମୟରେ ଆସିକାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଘରୋଇ ବସ୍ ସହ ବିପରୀତ ଦିଗରୁ ଆସୁଥୁବା ସ୍କୁଟିକୁ ଧକ୍କା ହୋଇଥିଲା l ଦୁଇ ସ୍କୁଟି ଆରୋହୀଙ୍କୁ ଆସିକା ମେଡିକାଲକୁ ଆଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ବସରେ ଥିବା ଯାତ୍ରୀ ସୁରକ୍ଷିତ ଅଛନ୍ତି । କୋଟିନଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.