ଚାଲିଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ଆଜି ଗୁରୁ ମନ୍ତ୍ର ଦେବେ ମୋଦି

୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଦ୍ବିତୀୟ ଦିନ। ପ୍ରଧାନମନ୍ତ୍ରୀ ମୋଦି କର୍ମକର୍ତ୍ତାଙ୍କୁ ଦେବେ ବିଜୟ ଏବଂ ଲକ୍ଷ୍ୟ ହାସଲର ଗୁରୁମନ୍ତ୍ର।

ନୂଆଦିଲ୍ଲୀ : ୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଦ୍ବିତୀୟ ଦିନ। ପ୍ରଧାନମନ୍ତ୍ରୀ ମୋଦି କର୍ମକର୍ତ୍ତାଙ୍କୁ ଦେବେ ବିଜୟ ଏବଂ ଲକ୍ଷ୍ୟ ହାସଲର ଗୁରୁମନ୍ତ୍ର। ଲୋକସଭାରେ ବିଜେପିର ଟାର୍ଗେଟ ରହିଛି ୩୭୦ ସିଟ୍ । ଏନଡିଏକୁ ୪୦୦ରୁ ଅଧିକ ଆସନ। ଏହି ଲକ୍ଷ୍ୟରେ କାମ କରିବାକୁ କର୍ମକର୍ତ୍ତାଙ୍କୁ ଗତକାଲି କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ।

୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏବେ୧୭ ରାଜ୍ୟରେ କ୍ଷମତାରେ ରହିଛି ଏନଡିଏ। ୧୨ ରାଜ୍ୟରେ ଏକାକୀ ବିଜେପି କ୍ଷମତାରେ ରହିଛି ବୋଲି କହିଥିଲେ। କାର୍ଯ୍ୟକାରିଣୀରେ ପ୍ରାୟ ୧୧ ହଜାର ୫୦୦ କର୍ମକର୍ତା ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି, ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ମୁଖ୍ୟ, ଜିଲ୍ଲା ସଭାପତି ଓ କେନ୍ଦ୍ରମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି।

 

 

 

 

Leave A Reply

Your email address will not be published.