ପରିବାର ଆଣିଲେ ହତ୍ୟା ଅଭିଯୋଗ, ଖୁବଶୀଘ୍ର ଥାନାକୁ ଡକରା ହୋଇପାରନ୍ତି ଡିଜେ ଆଜେକ୍ସଙ୍କ ଗର୍ଲଫ୍ରେଣ୍ଡ

ଖୁବଶୀଘ୍ର ଥାନାକୁ ଡକରା ହୋଇପାରନ୍ତି ଡିଜେ ଆଜେକ୍ସଙ୍କ ଗର୍ଲଫ୍ରେଣ୍ଡ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଜେକ୍ସଙ୍କ ପ୍ରେମିକାଙ୍କୁ ଡାକିବ ଖାରବେଳନଗର ଥାନା ପୋଲିସ । ପରିବାର ଲୋକ ତାଙ୍କ ପ୍ରେମିକା ଓ ଅନ୍ୟ ଜଣେ ଯୁବକଙ୍କ ନାଁରେ ଥାନରେ ଏତଲା ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ) : ଖୁବଶୀଘ୍ର ଥାନାକୁ ଡକରା ହୋଇପାରନ୍ତି ଡିଜେ ଆଜେକ୍ସଙ୍କ ଗର୍ଲଫ୍ରେଣ୍ଡ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଜେକ୍ସଙ୍କ ପ୍ରେମିକାଙ୍କୁ ଡାକିବ ଖାରବେଳନଗର ଥାନା ପୋଲିସ । ପରିବାର ଲୋକ ତାଙ୍କ ପ୍ରେମିକା ଓ ଅନ୍ୟ ଜଣେ ଯୁବକଙ୍କ ନାଁରେ ଥାନରେ ଏତଲା ଦେଇଛନ୍ତି । ତ୍ରିକୋଣୀୟ ପ୍ରେମ ଓ ବ୍ଲାକମେଲ୍‌ ଆତ୍ମହତ୍ୟା ପଛର କାରଣ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ ବନ୍ଧୁଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ଡିଜେ ଆଜେକ୍ସଙ୍କୁ ବ୍ଲାକମେଲ୍‌ କରୁଥିଲା ପ୍ରେମିକା । ୧୭ ତାରିଖ ଦିନ ଉଭୟଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିଲା । ପ୍ରେମିକା ରହୁଥିବା ଲେଡିଜ୍‌ ହଷ୍ଟେଲ ଆଗରେ ଏହି ଝଗଡ଼ା ହୋଇଥିଲା । ଅନ୍ୟ ଯୁବକଙ୍କ ସହ ଝିଅର ମିଳାମିଶା ନେଇ ବେଶ କିଛି ସମୟ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେଠାରେ ପ୍ରେମିକା ଆଜେକ୍ସଙ୍କୁ ଚାପୁଡ଼ା ମାରିଥିବା କହିଛନ୍ତି ତାଙ୍କ ସାଙ୍ଗ ।

ଯାହାକୁ ସହିପାରିନଥିଲେ ଆଜେକ୍ସ । ଏହାପରେ ସେ ଘରେ ଆତ୍ମହତ୍ୟା କରିଥିବା ତାଙ୍କ ସାଙ୍ଗ କହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ଖାବରବେଳନଗର ଥାନା ପୋଲିସ । ଯେଉଁମାନଙ୍କ ନାଁରେ ଅଭିଯୋଗ ହୋଇଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.