Below header

ଖରା ତାତି ସାଙ୍ଗକୁ ଝାରସୁଗୁଡ଼ାରେ ବଢିଲାଣି ଉପନିର୍ବାଚନ ଉଷ୍ଣତା

ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ପ୍ରଚାର କରାଯିବ ବୋଲି ଝାରସୁଗୁଡ଼ା ପର୍ଯ୍ଯବେକ୍ଷକ କହିଛନ୍ତି । ଏହି କର୍ମୀ ସମ୍ମିଳନୀରେ ବିଜେଡି ପ୍ରାର୍ଥୀନୀ ଦୀପାଲି ଦାସ ଓ ତାଙ୍କ ଭାଇ ବିଶାଲ ଦାସ, ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଶାରଦା ନାୟକ, ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ୟୁଜ୍(ବ୍ୟୁରୋ): ଖରା ତାତି ସାଙ୍ଗକୁ ଝାରସୁଗୁଡ଼ାରେ ବଢୁଛି ଉପନିର୍ବାଚନ ଉଷ୍ଣତା । ପ୍ରଚାରକୁ ସରଗରମ କଲାଣି ବିଜେଡି । ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ଦେବୀ ମିଶ୍ର । ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ ଦଳର ବହୁ ବରିଷ୍ଠ ନେତା । ଆଜି ଝାରସୁଗୁଡ଼ା ବ୍ଳକର ତୁମ୍ବେକେଲା ଠାରେ ବିଜେଡି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଝାରସୁଗୁଡାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ବହୁ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ । ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ପ୍ରଚାର କରାଯିବ ବୋଲି ଝାରସୁଗୁଡ଼ା ପର୍ଯ୍ଯବେକ୍ଷକ କହିଛନ୍ତି । ଏହି କର୍ମୀ ସମ୍ମିଳନୀରେ ବିଜେଡି ପ୍ରାର୍ଥୀନୀ ଦୀପାଲି ଦାସ ଓ ତାଙ୍କ ଭାଇ ବିଶାଲ ଦାସ, ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଶାରଦା ନାୟକ, ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଝାରସୁଗୁଡ଼ା ଉପନିର୍ବାତନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ସେମାନେ କହିଛନ୍ତି ।

ସେହିପରି ଏପ୍ରିଲ ୧୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସର ତରୁଣ ପାଣ୍ଡେ । ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଇ ସାରିଥିବା ବେଳେ ପଛରେ ପଡିଛି ବିଜେପି । ଏଯାଏ ଝାରସୁଗୁଡ଼ା ବ୍ୟାଟଲ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ । କାହାକୁ ଟିକେଟ ମିଳିବ ତାକୁ ଅପେକ୍ଷା ରହିଛି । ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.