୪ ଦିନିଆ ଭାରତ ଗସ୍ତରେ ଏମିନ ଜାପରୋବା, ୟୁକ୍ରେନ ସହ ସମ୍ପର୍କ ଯୋଡ଼ିବାକୁ ଭାରତକୁ ଅନୁରୋଧ

୪ ଦିନିଆ ଭାରତ ଗସ୍ତରେ ଏମିନ ଜାପରୋବା । ଉଭୟ ଦେଶ ଭିତରେ ଭଲ ଓ ଗଭୀର ସମ୍ପର୍କ ତିଆରି ହେବାର ଆବଶ୍ୟକତା ରହିଛି । ୟୁକ୍ରେନ ଅଧିକାରୀଙ୍କୁ ଜି 20 କାର୍ଯ୍ୟକ୍ରମ ଓ ଶିଖର ସମ୍ମିଳନୀରେ ଆମନ୍ତ୍ରଣ କରି ୟୁକ୍ରେନରେ ସୃଷ୍ଟି ହୋଇଥିବା ସଂକଟକୁ ଉଜାଗର କରିପାରିବ । ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧର ଫଳାଫଳ ବାବଦରେ ଚର୍ଚ୍ଚା ହେବା ନିହାତି ଜରୁରି । ଯାହା ବିଶ୍ୱ ଅର୍ଥନୀତି ସହ ଜଡ଼ିତ ।

କେନ୍ୟୁଜ୍‌(ବ୍ୟୁରୋ): ୪ ଦିନିଆ ଭାରତ ଗସ୍ତରେ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପରୋବା । ୯ ରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ଅଛନ୍ତି । ଏହି ଗସ୍ତ ଅବସରରେ ସେ ଋଷି ସୌନିକ ଓ ତାଙ୍କ ପରିବାର ଲୋକଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେତେବେଳେ ସେମାନଙ୍କ କଲକୁ ଇଣ୍ଟରସେପ୍ଟଡ କରୁଥିଲେ ସେତେବେଳେ ସେମାନେ ୟୁକ୍ରେନିୟଙ୍କ ଘରୁ ଚୋରି କରିବା ନେଇ କଥା ହେଉଥିଲେ । ସେମାନେ ଟଏଲେଟ ସିଟ୍‌ ମଧ୍ୟ ଚୋରି କରିନେଉଥିବା ଜାପରୋବା କହିଛନ୍ତି ।

ଋଷ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏମିନ ଜାପୋରବା ହେଉଛନ୍ତି ପ୍ରଥମ ୟୁକ୍ରେନିୟ ଅଧିକାରୀ ଯିଏକି ଭାରତ ଗସ୍ତରେ ଆସିଛନ୍ତି । ସେ କହିଥିଲେ ଏହି ସମ୍ପର୍କକୁ ପୁଣିଥରେ ଆରମ୍ଭ କରିବାର ସମୟ ଆସିଛି । ଉଭୟ ଦେଶ ଭିତରେ ଭଲ ଓ ଗଭୀର ସମ୍ପର୍କ ତିଆରି ହେବାର ଆବଶ୍ୟକତା ରହିଛି । ଏହାସହ କହିଥିଲେ ଭାରତ ଦୂରଦର୍ଶୀ ରାଷ୍ଟ୍ର । ଭବିଷ୍ୟତରେ ହେବାକୁ ଥିବା ପରିବର୍ତ୍ତନକୁ ଦେଖି ପାରୁଛି । ୟୁକ୍ରେନ ସହ ନୂଆ ସମ୍ପର୍କ ଯୋଡ଼ିବାରେ ଭାରତକୁ ସମୟ ଲାଗିପାରେ । ଆମ ରାଷ୍ଟ୍ରପତି ସବୁବେଳେ କହି ଆସୁଛନ୍ତି ଆମକୁ ଅନ୍ୟର ଅଧିକାର ଉପରେ ବାଧା ନଦେଇ ନିଜର ଅଧିକାର ପାଇଁ ଲଢେଇ କରିବା ଉଚିତ । ଅନେକ କ୍ଷେତ୍ରରେ ଭାରତ ଓ ୟୁକ୍ରେନ ଭିତରେ ସମାନତା ଥିବା ଜାପରୋବା କହିଥିଲେ । ଏହାସହ କହିଥିଲେ ପାକିସ୍ତାନ ସହ ଆମର ସମ୍ପର୍କ ଭାରତର ହିତ ବିରୁଦ୍ଧରେ ନାହିଁ । ପାକିସ୍ତାନ ସହ ୯୦ ଦଶକରୁ ୟୁକ୍ରେନର ସମ୍ପର୍କ ରହି ଆସିଛି ।

ଏହାସହ କହିଥିଲେ ଆମର ଦ୍ୱିପାକ୍ଷିକ ସମ୍ବନ୍ଧରେ ବହୁତ ବଡ଼ କ୍ଷମତା ଅଛି । ଯାହାକୁ ଏପର୍ଯ୍ୟନ୍ତ କାମରେ ଲଗାଯାଇ ନାହିଁ । କଥାବାର୍ତ୍ତାରେ ଏହା ମଧ୍ୟ କହିଥିଲେ ଭାରତ ନିଜର ଜି 20 ଅଧ୍ୟକ୍ଷ ପଦ ବଳରେ ୟୁକ୍ରେନ ଅଧିକାରୀଙ୍କୁ ଜି 20 କାର୍ଯ୍ୟକ୍ରମ ଓ ଶିଖର ସମ୍ମିଳନୀରେ ଆମନ୍ତ୍ରଣ କରି ୟୁକ୍ରେନରେ ସୃଷ୍ଟି ହୋଇଥିବା ସଂକଟକୁ ଉଜାଗର କରିପାରିବ । ସେପ୍ଟେମ୍ବରରେ ଜି 20 ଶିଖର ସମ୍ମିଳନୀ ଆୟୋଜିତ ହେବ । ୟୁକ୍ରେନର ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ସମ୍ବଧିତ କଲେ ଖୁସି ହେବେ ବୋଲି ଜାପୋରବା କହିଥିଲେ । ମନ୍ତ୍ରୀ କହିଥିଲେ ତାଙ୍କର ଆଶା ସ୍ପଷ୍ଟ ରହିଛି, ବର୍ତ୍ତମାନର ଅର୍ଥବ୍ୟବସ୍ଥା ଓ ଭବିଷ୍ୟତର ଅର୍ଥବ୍ୟବସ୍ଥା ବାବଦରେ ଚର୍ଚ୍ଚା ହେବା ଜରୁରି । ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧର ଫଳାଫଳ ବାବଦରେ ଚର୍ଚ୍ଚା ହେବା ନିହାତି ଜରୁରି । ଯାହା ବିଶ୍ୱ ଅର୍ଥନୀତି ସହ ଜଡ଼ିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.