ଫିଲ୍ମ ସୁଟିଂ ବେଳେ ସଞ୍ଜୟ ଦତ୍ତ ଗୁରୁତର ଆହତ; ଚାଲିଥିଲା ବୋମା ବିସ୍ଫୋରଣ ସିକ୍ୱେନ୍ସର ସୁଟିଂ

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଦମ୍‌ଦାର ଆକ୍ଟିଂ ପାଇଁ ଜଣାଶୁଣା। ଏହାରି ଭିତରେ ସଞ୍ଜୟ ଦତ୍ତଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଫିଲ୍ମ ସୁଟିଂ ସମୟରେ ସେ ଆହତ ହୋଇଥିବା ଜଣାପଡ଼ିଛି।

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଦମ୍‌ଦାର ଆକ୍ଟିଂ ପାଇଁ ଜଣାଶୁଣା। ଏହାରି ଭିତରେ ସଞ୍ଜୟ ଦତ୍ତଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଏକ ଫିଲ୍ମର ସୁଟିଂ ସମୟରେ ସେ ଆହତ ହୋଇଛନ୍ତି। ସଞ୍ଜୟ ବର୍ତ୍ତମାନ ବାଙ୍ଗାଲୋର ଆଖପାଖ ଅଞ୍ଚଳରେ ତାଙ୍କର ଆଗାମୀ କନ୍ନଡ ଫିଲ୍ମ ‘କେଡି: ଦ ଡେଭିଲ୍’ର ସୁଟିଂ କରୁଛନ୍ତି।

ଖବର ରହିଛି ଯେ ଫିଲ୍ମରେ ଏକ ବୋମା ବିସ୍ଫୋରଣ ସିକ୍ୱେନ୍ସର ସୁଟିଂ ଚାଲିଥିଲା। ଏହି ବିସ୍ଫୋରଣର ସୁଟିଂ ସମୟରେ ସଞ୍ଜୟ ଦତ୍ତ ଆହତ ହୋଇଥିଲେ। ସୂଚନା ମୁତାବକ, ଯେତେବେଳେ ସେ ବୋମା ବିସ୍ଫୋରଣ ସିନ୍‌ର ସୁଟ୍‌ କରୁଥିଲେ, ସେହି ସମୟରେ ଗୁରୁତର ଆହତ ହୋଇଥିଲେ। ସଞ୍ଜୟଙ୍କ କହୁଣୀ, ହାତ ଏବଂ ଚେହେରାରେ ଗୁରୁତର ଆଘାତ ଲାଗିଛି।

sanjay2
photo: jagran

ଏହି ଘଟଣା ପରେ ଫିଲ୍ମର ସୁଟିଂକୁ ବନ୍ଦ କରି ଦିଆଯାଇଛି। କହି ରଖୁଛୁ ଯେ ସଞ୍ଜୟ ଦତ୍ତ ଫାଇଟ୍‌ ମାଷ୍ଟର ଡକ୍ଟର ରବି ବର୍ମାଙ୍କ ଫିଲ୍ମ ‘କେଡି: ଦ ଡେଭିଲ୍‌’ ପାଇଁ ଫାଇଟ୍‌ କମ୍ପୋଜ୍‌ କରୁଥିଲେ। ଏହି ସମୟରେ ହଠାତ୍‌ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଖବର ପରେ ସଞ୍ଜୟଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ହୋଇପଡିଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.