Below header

ଇନ୍‌ସୁରାନ୍ସ କମ୍ପାନୀ ଡାଟା ଚୋରାଇ ଲୋକଙ୍କୁ ଠକୁଥିଲେ ଓକିଲ ବାବୁ, ଦିଲ୍ଲୀରୁ ଦୁଇ ଠକଙ୍କୁ ଗିରଫ କଲା ପୋଲିସ

ଇନ୍‌ସୁରାନ୍ସ କମ୍ପାନୀର ଡାଟାବେସକୁ ଚୋରି କରି ଦିନକୁ ହଜାରେ ଲୋକଙ୍କୁ ଟ୍ରାପ କରୁଥିଲେ ଏହି ଉଚ୍ଚ ଶିକ୍ଷିତ ଠକ। ଠକେଇ ଟଙ୍କାକୁ ଡ୍ୟାନ୍ସ ବାର ଓ ପବ୍‌ରେ ଉଡାଉଥିଲେ ।

ଭୁବନେଶ୍ବର(କେନ୍ୟୁଜ୍):ପେସାରେ ଓକିଲ, କାମ କିନ୍ତୁ ସାଇବର ଠକେଇ । ଇନ୍‌ସୁରାନ୍ସ କମ୍ପାନୀ ଡାଟା ଚୋରାଇ ଲୋକଙ୍କୁ ଠକୁଥିଲେ । ଅଭିଯୋଗ ଆସିବା ପରେ ଦିଲ୍ଲୀରୁ ଦୁଇ ଠକଙ୍କୁ ଗିରଫ କରିଛି ପୋଲିସ। ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସାଇବର ଥାନାର ଏକ ଟିମ ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ବିକାଶ ସିଂ ଓ ସହଯୋଗୀ ଆକାଶ ମୁଖାର୍ଜୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଇନ୍‌ସୁରାନ୍ସ କମ୍ପାନୀର ଡାଟାବେସକୁ ଚୋରି କରି ଦିନକୁ ହଜାରେ ଲୋକଙ୍କୁ ଟ୍ରାପ କରୁଥିଲେ ଏହି ଉଚ୍ଚ ଶିକ୍ଷିତ ଠକ। ଠକେଇ ଟଙ୍କାକୁ ଡ୍ୟାନ୍ସ ବାର ଓ ପବ୍‌ରେ ଉଡାଉଥିଲେ ।

ବଳକା ଟଙ୍କାରେ କ୍ରିକେଟ ବେଟିଂ, ଟ୍ରେଡିଂ ମଧ୍ୟ କରୁଥିଲେ । ଗିରଫ ପରେ ସେମାନଙ୍କ ଠାରୁ ୨ ଲକ୍ଷ ୩୮ ହଜାର ନଗଦ ଟଙ୍କା ଜବତ କରଯାଇଛି। ଆକାଉଣ୍ଟରେ ଥିବା ୪ ଲକ୍ଷ ଟଙ୍କା ଫ୍ରିଜ ହୋଇଛି । ଏହା ସହ ମୋବାଇଲ, ସିମ, ପେନଡ୍ରାଇଭ, ପାସବୁକ ମଧ୍ୟ ଜବତ ହୋଇଛି। ସେପଟେ ଇନ୍‌ସ୍ୟୁରାନ୍ସ କମ୍ପାନୀ ଛାଡି ଯାଇଥିବା କିଛି କର୍ମଚାରୀଙ୍କ ଡାଟା ଲିକ୍‌ କରିଥିବା ନେଇ ଖୋଳତାଡ଼ ଆରମ୍ଭ କରିଛି ସାଇବର ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.