Below header

ରାଜ୍ୟରେ ବିଦ୍ୟୁତ ଶକ୍ତି ସଙ୍କଟ ନାହିଁ କିନ୍ତୁ ପାଓ୍ଵାର କଟ୍‌ ହେବ ବୋଲି ବଣ୍ଟନ କମ୍ପାନୀ କହିଛି

କେନ୍ୟୁଜ୍(ବ୍ୟୁରୋ):NTPC ପାଓ୍ଵାର ପ୍ଲାଣ୍ଟର ଗୋଟିଏ ୟୁନିଟ ଅଚଳ । ମାଡ଼ି ଆସୁଛି ବିଦ୍ୟୁତ୍‌ କାଟ୍‌ । ରାଜ୍ୟର ବିଭିନ୍ନ ଜଳଭଣ୍ଡାର ସ୍ଥିତି ଥିଲେ ମଧ୍ୟ ଜଳ ବିଦ୍ୟୁତ ଉତ୍ପାଦନ ଢ଼େର ହ୍ରାସ ପାଇଛି । କୋଇଲା ଅଭାବରୁ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଗୁଡିକ ଯେତିକି ବିଜୁଳି ରାଜ୍ୟକୁ ଦେବା କଥା ଦେଇ ପାରୁନାହାନ୍ତି । ଏପରି ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲତ ସ୍ଥିତ NTPCର ଗୋଟିଏ ୟୁନିଯ ଅଚଳ ହୋଇଯାଇଛି । ତେଣୁ ଓଡ଼ିଶାକୁ ୪୦୦ ମେଗାଓ୍ଵାଟ୍‌ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି ।

ରାଜ୍ୟରେ ବିଦ୍ୟୁତ ଶକ୍ତି ସଙ୍କଟ ନାହିଁ । କିନ୍ତୁ ପାଓ୍ଵାର କଟ୍‌ ହେବ ବୋଲି ବଣ୍ଟନ କମ୍ପାନୀ କହିଛି । ଯେହେତୁ ଏବେ ସାରା ଦେଶରେ ବିଜୁଳି ସଙ୍କଟ ରହିଛି, ତେଣୁ ସେଣ୍ଟ୍ରାଲ ପୁଲରୁ ବିଜୁଳି ଆଣିବା ସହଜ ହେବନାହିଁ। ସେପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜୁଳି ଶକ୍ତି ପ୍ରସଙ୍ଗରେ ଆଜି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.