ଅପରାହ୍ନରେ ସ୍ବର୍ଗଦ୍ବାରରେ ହେବ ମହାରଥୀଙ୍କ ଶେଷଯାତ୍ରା, ଶେଷ ଦର୍ଶନ ପାଇଁ ପିପିଲିବାସୀ କରିଛନ୍ତି ଅପେକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଦିବାଙ୍ଗତ ବରିଷ୍ଠ ବିଜେଡି ନେତା, ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯିବ।  ଅପରାହ୍ନରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ  ବର୍ତ୍ତମାନ ପ୍ରଦୀପ ମହାରଥୀଙ୍କ ମରଶରୀରକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଉଛି।

pradip maharathi1ତାପରେ ତାଙ୍କର ମରଶରୀରକୁ ବିଧାନସଭା ପରିସରକୁ ନିଆଯିବ। ତାପରେ ତାଙ୍କର ଶେଷଦର୍ଶନ ପାଇଁ ପିପିଲିର ଫାର୍ମହାଉସକୁ ନିଆଯିବ। ଏହାପରେ ପୁରୀ ଅଭିମୁଖେ ନିଆଯାଇ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଖବର ପାଇ ପିପିଲିବାସୀ ମହାରଥୀଙ୍କ ଶେଷଦର୍ଶନ ପାଇଁ ରୋଡ଼ରେ ଲୋକଙ୍କ ଭିଡି ଜମିଛି ।