Below header

୨୦୨୪ ନିର୍ବାଚନ ଲଢିବି ନାହିଁ, ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି: ପ୍ରସାଦ ହରିଚନ୍ଦନ

ଭୁବନେଶ୍ବର(କେନ୍ଯୁଜ୍): ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ନ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ । କହିଛନ୍ତି ସତ୍ୟବାଦୀକୁ ନେଇ ଗଣମାଧ୍ୟମରେ ଅନେକ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଛି । ଶେଷ ମୁହୂର୍ତ୍ତରେ ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ ମିଳିଥିଲା । ମୁଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁନଥିବାରୁ ମନା କଲି । ଟିକେଟ କାହାକୁ ମିଳିବ କି ନାହିଁ ତାହାର ଦାୟିତ୍ୱ ପିସିସି ସଭାପତିଙ୍କର ବୋଲି ପ୍ରସାଦ ସ୍ପଷ୍ଟ କରିଛନ୍ତି ।

କହିଛନ୍ତି, ୨୦୨୪ ନିର୍ବାଚନ ଲଢିବି ନାହିଁ । ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି । ମୋ ଘର ହେଉଛି କଂଗ୍ରେସ, ଏଠାରେ ଅଛି, ରହିବି । ଦଳ ପାଇଁ କାମ କରିବି । ମୁଁ କାହା ସହ ଡିଲ୍‌ କରିନି କି ମୋ ନାଁରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ । ୨୦୦୨ରୁ ମୋତେ ଅନ୍ୟ ଦଳକୁ ନେବାକୁ ଚେଷ୍ଟା କରାଯାଇଛି । କିନ୍ତୁ ମୁଁ ଯାଇନାହିଁ ।

ଏହାସହିତ ସାମ୍ବାଦିକ ସମ୍ମିଳନୀରେ କାନ୍ଦିପକାଇଥିଲେ ହରିଚନ୍ଦନ। କହିଥିଲେ ମୋ ଶକ୍ତି ଓ ସାମର୍ଥ୍ୟକୁ ନେଇ ମୁଁ ରାଜନୀତି କରିଛି। ଆଗର ମୂଲ୍ୟବୋଧ ଏବେ ରାଜନୀତିରେ ନାହିଁ। ଏଠାରେ କଂଗ୍ରେସର ଲଢେଇ ବିଜେପି ଓ ବିଜେଡି ସହ ହେବା କଥା କିନ୍ତୁ ଏଠାରେ ଲଢେଇ କଂଗ୍ରେସର କଂଗ୍ରେସ ସହ ହେଉଛି । ଓଡ଼ିଶାରେ କଂଗ୍ରେସକୁ ଆଗକୁ ନେବାକୁ ହେଲେ ଏକଜୁଟ୍‌ ହୋଇ ଲଢିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.