Below header

ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି ‘ପ୍ରତୀକ୍ଷା’, ପାଇବ ଜାତୀୟ ପୁରସ୍କାର

ଜାତୀୟ-ଅନ୍ତର୍ଜାତୀୟସ୍ତରରେ ସୁଖ୍ୟାତି ଅର୍ଜନ କରିଥିଲା ‘ପ୍ରତୀକ୍ଷା’। ଡିସେମ୍ବର ୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ହୋଇଛି ‘ପ୍ରତୀକ୍ଷା’ର କାହାଣୀ ।

କେନ୍ୟୁଜ୍(ବ୍ୟୁରୋ): ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ପ୍ରତୀକ୍ଷାକୁ ଜାତୀୟ ପୁରସ୍କାର । ଆଞ୍ଚଳିକ ଭାଷାର ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ । ପୂର୍ବରୁ ୨୦୨୨ ମସିହାରେ ଗୋଆରେ ଅନୁଷ୍ଠିତ ୫୩ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (ଇଫି)ର ଭାରତୀୟ ପାନୋରମା ବିଭାଗରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଥିଲା ।

ଜାତୀୟ-ଅନ୍ତର୍ଜାତୀୟସ୍ତରରେ ସୁଖ୍ୟାତି ଅର୍ଜନ କରିଥିଲା ‘ପ୍ରତୀକ୍ଷା’। ଡିସେମ୍ବର ୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ହୋଇଛି ‘ପ୍ରତୀକ୍ଷା’ର କାହାଣୀ । ଏହି ଫିଲ୍ମରେ ଅଭିନୟ କରିଛନ୍ତି ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.