ନାବାଳିକା ଶାଳୀକୁ ମାରି କୂଅରେ ଫିଙ୍ଗ ଦେଲା ଶଇତାନ ଭିଣୋଇ

ପୋଲିସ୍‌ ଆଗରେ ସନ୍ତୋଷ ଶାଳୀକୁ ହତ୍ୟା କରି କୂଅରେ ପକାଇ ଦେଇଥିବା ସ୍ବୀକାର କରିଥିଲା

ଭଞ୍ଜନଗର (କେନ୍ୟୁଜ୍‌) : ନାବାଳିକା ଶାଳୀକୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ଭିଣୋଇ। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରକୋଳିଆ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ଅଭିଯୁକ୍ତ ଭିଣୋଇ ସନ୍ତୋଷ ଖଟେଇକୁ ଗିରଫ କରିଛି ବୁଗୁଡ଼ା ଥାନା ପୋଲିସ ।

ଅଭିଯୁକ୍ତ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରକୋଳିଆ ଗାଁର। ତାର ଶ୍ୱଶୁର ଘର ବୁଗୁଡ଼ା ଥାନା ମଙ୍ଗରାଜପୁର ଗାଁରେ । ସେଠାରୁ ସେ ଶାଳୀକୁ ନେଇ ନିଜ ଗାଁ ବରକୋଳିଆକୁ ଯାଇଥିଲା । ତେବେ ଝିଅ ଘରକୁ ନଫେରିବାରୁ ସନ୍ଦେହ କରି ଶ୍ୱଶୁର ଘର ଲୋକେ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍‌ ସନ୍ତୋଷକୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା । ପୋଲିସ୍‌ ଆଗରେ ସନ୍ତୋଷ ଶାଳୀକୁ ହତ୍ୟା କରି କୂଅରେ ପକାଇ ଦେଇଥିବା ସ୍ବୀକାର କରିଥିଲା । ଜଗନ୍ନାଥପ୍ରସାଦ ପୋଲିସ ସହାୟତାରେ କୂଅ ଭିତରୁ ମୃତଦେହ ଉଦ୍ଧାର କରିଥିଲା ବୁଗୁଡ଼ା ଥାନା ପୋଲିସ । ତେବେ ଶାଳୀ ସହିତ ଅନୈତିକ ସମ୍ପର୍କରୁ ଏଭଳି ହତ୍ୟା ଘଟଣା ଘଟିଥିବା ସୂଚନା ଦେଇଛି ବୁଗୁଡ଼ା ପୋଲିସ । ଅନ୍ୟପକ୍ଷରେ ମୃତକର ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.