Below header

ହିମାଚଳ ପ୍ରଦେଶରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି, ୧୦ କୋଟି ଟଙ୍କା ଦେଲେ ତାମିଲନାଡ଼ୁ ସରକାର

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁ ହୋଇଥିବା ବିପର୍ଯ୍ୟୟକୁ ଦେଖି ତାମିଲନାଡ଼ୁ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଏହି ରାଜ୍ୟର ସରକାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୧୦ କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି।

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁ ହୋଇଥିବା ବିପର୍ଯ୍ୟୟକୁ ଦେଖି ତାମିଲନାଡ଼ୁ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଏହି ରାଜ୍ୟର ସରକାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୧୦ କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗୁରୁବାର ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି, ପଣ୍ଡୋହ ନିକଟରେ ଭୀଷଣ ଭୂସ୍ଖଳନ ଯୋଗୁ ମଣ୍ଡି ଓ କୁଲ୍ଲ ମଧ୍ୟରେ ଜାତୀୟ ରାଜପଥ ପ୍ରଭାବିତ ହୋଇଛି। ଏହାକୁ ପୁନରୁଦ୍ଧାର କରିବାରେ କିଛି ସମୟ ଲାଗିବ। ଜିଲ୍ଲା ପ୍ରଶାସନ ମଣ୍ଡି ଜିଲ୍ଲାର ପଣ୍ଡୋହ ଓ ଅଟରେ ଆଶ୍ରୟ, ଭୋଜନ ତଥା ଅନ୍ୟାନ୍ୟ ଆବଶ୍ୟକ ବସ୍ତୁର ଉପଲବ୍ଧ ପାଇଁ ଦୁଇଟି ଆଶ୍ରୟ ଶିବିର ସ୍ଥାପନ କରିଛି।

ବୁଧବାର ଏହି ଆଶ୍ରୟ ଶିବିରରେ ୮୦୦ରୁ ଅଧିକ ଲୋକଙ୍କୁ ଭୋଜନ ପ୍ୟାକେଟ୍‌ ବିତରଣ କରାଯାଇଛି। କୁଲ୍ଲର ବାଜୋରା ଆଶ୍ରୟ ଶିବିରରେ ଅତିରିକ୍ତ ୧୫୦ ବ୍ୟକ୍ତିଙ୍କୁ ଭୋଜନ ଉପଲବ୍ଧ କରାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ମୌସୁମୀ ପୂରା ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଜନଧନକୁ ପ୍ରବଳ କ୍ଷତି ହୋଇଛି। ଏହି ବିପର୍ଯ୍ୟୟରେ ୩୫୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ ଆନୁମାନିକ ୧୨,୦୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.