Below header

ଆସନ୍ତା ୨୬ରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ୨୦୨୦, ଜୋରଦାର ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର(କେନ୍ୟୁଜ୍): କିଏ ଛପର ବାନ୍ଧୁଚି ତ କିଏ କାନ୍ଥରେ ମାଟିଲିପୁଛି, ଆଉ କିଏ ବାଉଁଶ ବାଡ଼ ବାନ୍ଧୁଚି। ହେଲେ ଏହା କୌଣସି ଆଦିବାସୀ ଅଞ୍ଚଳର ଦୃଶ୍ୟ ନୁହଁ ଏହା ହେଉଛି ରାଜଧାନୀ କେନ୍ଦ୍ରରେ ଥିବା ପ୍ରଦର୍ଶନୀ ପଡିଆର ଦୃଶ୍ୟ। ସଜେଇ ହେଉଛି ପ୍ରଦର୍ଶନୀ ପଡିଆ, ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା, ମାଟି ପଲମର ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା। ଏଭଳି ଗାଁ ର ପରିବେଶ ସୃଷ୍ଟି ହେବ ସ୍ମାର୍ଟସିଟିରେ।

Adivasiଆସନ୍ତା ୨୬ରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ୨୦୨୦, ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଗୋଟିଏ ସ୍ଥାନରେଜମିବ ଆସର ଆଦିବାସୀ ଖାଦ୍ୟପେୟ ହେଉ ବା ସଂସ୍କୃତି ବା ହେଉ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନି। ତେବେ ମେଳାରେ ଆଦିବାସୀ ଅଞ୍ଚଳର ଜିନିଷ କିଣାବିକା ସାଙ୍ଗକୁ ସନ୍ଧ୍ୟାରେ ଝୁମିବେ ସ୍ମାର୍ଟସିଟି ବାସୀ।

ଭୁବନେଶ୍ୱରରୁ ଶୁଭ୍ରାଂଶୁ ଶତପଥୀଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.