କର୍ତ୍ତବ୍ୟନିଷ୍ଠାର ଅନନ୍ୟ ଉଦାହରଣ ରାମକୃଷ୍ଣ ଦାସ, ୫୧ ବର୍ଷ ବୟସରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ବସ ଷ୍ଟାଣ୍ଡରେ ଯୋଗାଇ ଚାଲିଛନ୍ତି ସେବା

ଭୁବନେଶ୍ୱର(କେନ୍ୟୁଜ୍): ଥକି ପଡିନି ପାଦ । ୫୧ ବର୍ଷ ବୟସରେ ବି ନିଜର କର୍ତବ୍ୟନିଷ୍ଠା ପାଇଁ ସେତିକି ଚଞ୍ଚଳ ଓ ତତ୍ପର । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ରାମକୃଷ୍ଣ ଦାସ । ଦୀର୍ଘ ନଅ ବର୍ଷ ହେବ ସେ ମୋ ବସ୍ କର୍ମଚାରୀ ଭାବରେ କାଯ୍ୟ କରିଆସୁଛନ୍ତି। ମୋ ବସର ସମସ୍ତ ରୋଟେସନ ଯେମିତି ତାଙ୍କ ମୁହେଁ ମୁହେଁ ମୁଖସ୍ତ । ଏଇଠୁ ଅନୁମାନ କରିହେବ ସେ ତାଙ୍କର କାଯ୍ୟ ପ୍ରତି କେତେ ଦାୟିତ୍ୱବାନ ।

ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ବସ ଷ୍ଟାଣ୍ଡକୁ ଗଲେ ଆପଣ ସହଜରେ ଅନୁମାନ କରିପାରିବେ ରାମକୃଷ୍ଣଙ୍କୁ । କାନ୍ଧରେ ମାଇଁକିଟିଏ ଝୁଲାଇ ଯାତ୍ରୀମାନଙ୍କୁ ସେବା ଯୋଗାଉଥିବେ। ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳକୁ କେଉଁ ବସରେ ଗଲେ ଭଲରେ ପହଂଚି ପାରିବେ, କେଉଁ ବସ କେତେବେଳେ ଆସିବ ଓ ଛାଡ଼ିବ ସମସ୍ତେ ରାମକୃଷ୍ଣଙ୍କ ଠାରୁ ହିଁ ପଚାରିଥାନ୍ତି ।

mo busଆଧୁନିକ ଯୁଗରେ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ସୂଚନା ଦେବ ପାଇଁ ଯେତେବେଳେ କମ୍ପୁଟର ଭଳି ଯନ୍ତ୍ରର ସାହାଯ୍ୟ ଲୋଡ଼ା ଯାଉଛି । ତାହା ଅତି ସରଳ ଭାବରେ ରାମକୃଷ୍ଣ ବସ ଷ୍ଟାଣ୍ଡରେ କରୁଛନ୍ତି । ଯେତେବେଳେ ସମସ୍ତେ ମେସିନର ବୋଲ ମନୁଛନ୍ତି ! ସେଠି ମେସିନ ସାଙ୍ଗରେ ତାଳ ଦେଇ କାଯ୍ୟ କରିଚାଲିଛନ୍ତି ରାମକୃଷ୍ଣ । ବାସ୍ତବରେ ଏହା ପ୍ରଶଂସା ଯୋଗ୍ୟ।

ଭୁବନେଶ୍ୱରରୁ ଶୁଭ୍ରାଂଶୁ ଶତପଥୀଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.