Below header

ଆସନ୍ତାକାଲି ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି, ୨ ଦିନିଆ ଗସ୍ତ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାଲି ଓ ୨୧ତାରିଖ ଦୁଇଦିନ ମହାମହିମଙ୍କ ଜନ୍ମ ମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ବାରିପଦା ଓ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଘରେ ରାତ୍ରିଯାପନ କରିବେ । ଏଥିପାଇଁ ଚୁଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାଲି ଓ ୨୧ତାରିଖ ଦୁଇଦିନ ମହାମହିମଙ୍କ ଜନ୍ମ ମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ବାରିପଦା ଓ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଘରେ ରାତ୍ରିଯାପନ କରିବେ । ଏଥିପାଇଁ ଚୁଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଗତକାଲି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ବାରିପଦା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି। ହେଲିପ୍ୟାଡ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ । ଗସ୍ତ ସମୟରେ ଯେଭଳି କୌଣସି ବିଭ୍ରାଟ ନଘଟେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥାର ତଦାରଖ କରାଯାଉଛି। ମହାମହିମଙ୍କ ଟ୍ରେନ ଯାତ୍ରା କାର୍ଯ୍ୟକ୍ରମ ପାଇଁ ରେଳ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର ଚାଲିଛି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୁତୟନ ରହିବେ ୩୩ପ୍ଲାଟୁନ ଫୋର୍ସ । ଆସନ୍ତାକାଲି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟରରେ ବାରିପଦା ପହଞ୍ଚିବା ପରେ ଅଖିଲ ଭାରତ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ପରେ କୁଳିଅଣାଠାରେ ଏକଲବ୍ୟ ବିଦ୍ୟାଳୟର ଶୁଭାରମ୍ଭ କରିବେ। ଅପରାହ୍ନରେ ରାଇରାଙ୍ଗପୁର ଗସ୍ତ କରି ସେଠାରେ ବଙ୍ଗଳାରେ କିଛି ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ନିଜ ବାସଭବନରେ ରାତ୍ରିଯାପନ କରିବେ ମହାମହିମ। ୨୧ ତାରିଖରେ ପାହାଡପୁରରେ ଏସ୍ଏଲ୍ଏସ୍ ବିଦ୍ୟାଳୟରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ ସହ ପରେ ବାଦାମପାହାଡ ରେଳ ଷ୍ଟେସନରୁ ୩ଟି ନୂତନ ଟ୍ରେନର ଶୁଭାରମ୍ଭ କରିବେ। ଟ୍ରେନ ଯୋଗେ ଲୋକଙ୍କ ସହ ବାଦାମପାହାଡରୁ ରାଇରାଙ୍ଗପୁର ଗସ୍ତ କରିବେ ରାଷ୍ଟ୍ରପତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.