Below header

ଅନୁଭବଙ୍କ ପ୍ରେସ ରିଲିଜ୍‌, କହିଲେ ଆମର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦିଆଯାଉ

କେନ୍ୟୁଜ୍ (ବ୍ୟୁରୋ): ଶେଷରେ ମୁଁହ ଖୋଲିଲେ ଅନୁଭବ ମହାନ୍ତି । ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛଅ ବର୍ଷର ବୈବାହିକ ଜୀବନରେ ଆସିଛି ଝଡ଼ । ପତ୍ନୀ ବର୍ଷା କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି ଅନେକ ସାଂଘାତିକ ଅଭିଯୋଗ ନେଇ । ସବୁ ଅଭିଯୋଗ ଅନୁଭବ ଓ ତାଙ୍କ ପରିବାର ବିରୋଧରେ । ପୁଣି ଭରଣ ପୋଷଣ ଦାବି କରିଛନ୍ତି । ତେବେ ଏସବୁ ଭିତରେ ସାମନାକୁ ଆସିଛି ଅନୁଭବଙ୍କ ପିଟିସନ୍ । କୁହାଯାଉଛି ବର୍ଷାଙ୍କ ପୂର୍ବରୁ ଅନୁଭବ ଏକ ୪୭ ପୃଷ୍ଠାର ପିଟିସନ୍ ଦାଖଲ କରିଛନ୍ତି । ଏଥିରେ ବର୍ଷାଙ୍କ ଠାରୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଆହୁରି ମଧ୍ୟ ପିଟିସନ୍‌ରେ ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ଗୁରୁତର ଅଭିଯୋଗ ସବୁ ଆଣିଛନ୍ତି ।

anubhab..p

ତେବେ ଏହା ମଧ୍ୟରେ ଅନୁଭବ ଏକ ପ୍ରେସ ବିଜ୍ଞପ୍ତି ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ “ବର୍ଷାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ସେ ଛାଡପତ୍ର ପିଟିସନ ଦାଖଲ କରିବା ପରଠୁ ମୁଁ ନିରବ ଥିଲି କିନ୍ତୁ ଏବେ ମୁଂହ ଖୋଲିବାକୁ ବାଧ୍ୟ ହେଉଛି । ବିବାହ ବିଚ୍ଛେଦ ପ୍ରସଙ୍ଗ ଏବେ ବି ବିଚାରାଧୀନ ଅଛି । ସମାଧାନ ପାଇଁ ବହୁ ଉଦ୍ୟମ କରି ବିଫଳ ହୋଇଛି । ଆମର ବୈବାହିକ ଜୀବନ ଭଲ ନଥିଲା । ଆମର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦିଆଯାଉ” ବୋଲି ସେ ଏହି ପ୍ରେସ ରିଲିଜ ଦ୍ୱାରା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.