ସେପଟେମ୍ବର ୧୨ରୁ ଦେଶରେ ଗଡିବ ଅତିରିକ୍ତ ସ୍ପେସାଲ ଟ୍ରେନ୍‌

କେନ୍ୟୁଜ୍ (ବ୍ୟୁରୋ): ସେପଟେମ୍ବର ୧୨ ତାରିଖରୁ ଦେଶରେ ଅତିରିକ୍ତ ସ୍ପେସାଲ ଟ୍ରେନ୍‌ ଚଳାଚଳ କରିବ। ଏପରି ୪୦ ପେୟାର ଅତିରିକ୍ତ ସ୍ପେସାଲ ଟ୍ରେନ୍‌ ଚଳାଚଳ କରିବାକୁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି । ଏଥିପାଇଁ ଆସନ୍ତା ୧୦ ତାରିଖରୁ ବୁକିଂ ଆରମ୍ଭ ହେବ।

ଚଳାଚଳ କରିବାକୁ ଥିବା ୪୦ ପେୟାର ଅତିରିକ୍ତ ସ୍ପେସାଲ ଟ୍ରେନ୍‌ ମଧ୍ୟରୁ ଯେଉଁସବୁ ଟ୍ରେନ୍‌ ଓଡ଼ିଶା ମଧ୍ୟ ଦେଇ ଗତିକରିବ ସେଗୁଡ଼ିକ ହେଲା, ଗୁଆହାଟୀ-ବେଙ୍ଗୁଳୁରୁ ଏକ୍ସପ୍ରେସ, ହାୱଡ଼ା-ତିରୁଚିରାପଲ୍ଲି ଏକ୍ସପ୍ରେସ, କୋରବା-ବିଶାଖାପାଟନମ୍‌ ଏକ୍ସପ୍ରେସ ଭାୟା ଟିଟିଲାଗଡ଼, ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ, ପୁରୀ-ଦୁର୍ଗ ଏକ୍ସପ୍ରେସ ଏବଂ ସିକନ୍ଦରାବାଦ୍‌-ଦରଭଙ୍ଗା ଏକ୍ସପ୍ରେସ ଭାୟା ଝାରସୁଗୁଡ଼ା ଓ ରାଉରକେଲା। ଏହିସବୁ ଅତିରିକ୍ତ ସ୍ପେସାଲ ଟ୍ରେନଗୁଡ଼ିକ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଧାରିତ ଷ୍ଟେସନରେ ଅଟକିବ। ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ସଂରକ୍ଷିତ ରହିବ ଏହିସବୁ ଟ୍ରେନ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.