ଭାଇ କବଳରୁ ଭଉଣୀକୁ ଅପହରଣ କରି ନେଇ ଜଙ୍ଗଲରେ ଜୋର୍‌ ଜବରଦସ୍ତ ଦୁଷ୍କର୍ମ

ଜୟପୁର (କେନ୍ୟୁଜ୍): ଜୟପୁରରେ ଅଭାବନୀୟ ଘଟଣା । ଭାଇ କବଳରୁ ଭଉଣୀକୁ ଅପହରଣ କରି ନେଇ ଜଙ୍ଗଲରେ ଜୋର୍‌ ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବତ୍ତଙ୍କୁ ଚକ୍‌ମା ଦେଇ ଖସିଆସିଛନ୍ତି ଯୁବତୀ । ଭାଇର ଅଭିଯୋଗ ଆଧାରରେ ଯୁବତୀଙ୍କୁ ଟାଉନ ପୋଲିସ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ୨ ଦୁର୍ବତ୍ତଙ୍କୁ ଅଟକ ରଖିଛି । ଅପହରଣରେ ବ୍ୟବହୃତ ଗୋଟିଏ କାର୍‌କୁ ମଧ୍ୟ ଜବତ କରି ଅଧିକ ଛାନ୍‌ଭିନ୍‌ କରୁଛି ପୋଲିସ ।

ସୂଚନା ଅନୁଯାୟୀ ପୀଡ଼ିତା ଜଣଙ୍କ ଛତିଶଗଡ଼ର । ଗତ ରାତିରେ ଭାଇଭଉଣୀ ଅଟୋରେ ଜଗଦଲପୁରରୁ ଆସି ଜୟପୁରରେ ପହଞ୍ଚିଥିଲେ । ସେଠାରୁ ବିଶାଖାପାଟଣା ଯିବାର ଥିଲା । ହେଲେ ରାତି ହୋଇଯାଇଥିବାରୁ ବସ୍‌ ନମିଳିବାରୁ ହୋଟେଲ୍‌ ଖୋଜିଥିଲେ । ଆଧାରକାର୍ଡ ନଥିବାରୁ ହୋଟେଲ୍‌ରେ ରୁମ୍‌ ମିଳିନଥିଲା । ଏହି ସମୟରେ ଦୁଇ ଜଣ ଦୁର୍ବତ୍ତ ହୋଟେଲ୍‌ ଯୋଗାଡ଼ କରାଇ ଦେବା ବାହାନାରେ ସହରର ମୁଖ୍ୟ ରାସ୍ତାରେ ଥିବା ଏକ ହୋଟେଲ୍‌ରେ ରଖିଥିଲେ । ଦୁର୍ବୃତ୍ତଙ୍କ ଆଚରଣରେ ପରିବର୍ତ୍ତନ ଦେଖି ଭାଇଭଉଣୀଙ୍କ ସନ୍ଦେହ ହେବାରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ଦୁର୍ବୃତ୍ତମାନେ ଭାଇକୁ ଆକ୍ରମଣ କରି ଭଉଣୀକୁ ନିଛାଟିଆ ଜଙ୍ଗଲକୁ ଆଣି ଦୁଷ୍କର୍ମ ଉଦ୍ୟମ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.