Below header

ଆମେରିକାରେ କାର ରାଲି କଲେ ସୁଶାନ୍ତ ସିଂ ରାଜପୁତଙ୍କ ସମର୍ଥକ, ଦେଖନ୍ତୁ Video

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସମର୍ଥକମାନେ ତାଙ୍କ ପାଇଁ ନ୍ୟାୟ ଭିକ୍ଷା ଅଭିଯାନରେ ସାମିଲ ହୋଇଛନ୍ତି। ଏ ନେଇ ସେମାନେ ଆମେରିକାରେ ଏକ କାର ରାଲିର ଆୟୋଜନ କରିଛନ୍ତି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ଏହାର ଏକ ଭିଡ଼ିଓ ନିଜ ଟୁଇଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଭିଡ଼ିଓରେ କ୍ୟାପସନ ଦେବାକୁ ଯାଇ ସେ ଲେଖିଛନ୍ତି, ‘ସଂଯୁକ୍ତ ରାଷ୍ଟ୍ର ଆମେରିକାର କାର୍ଲିଫର୍ନିଆରେ କାର ରାଲି। ଆମେ ଏହାକୁ ସତ୍ୟତା ପାଇଁ ଆଗକୁ ବଢ଼ିବାର ଏକ ୱାର୍ଲଡ଼ ମୁଭମେଣ୍ଟ କହୁଛୁ’। ଭିଡ଼ିଓରେ କାର ଡୋରରେ ପୋଷ୍ଟର ସବୁ ଲଗା ହୋଇଥିବାର ଦେଖିବାକୁ ମିଳୁଛି।

ଅନ୍ୟ ଏକ ଟୁଇଟରେ ଶ୍ୱେତା ଲେଖିଛନ୍ତି, ‘ପ୍ରାର୍ଥନା କରନ୍ତୁ କି, ଈଶ୍ୱର ତାଙ୍କୁ ଏମିତି ମନୋଭାବ ଦିଅନ୍ତୁ, ଯେପରି ଦୋଷୀ ନିଜେ ହିଁ ନିଜ ଦୋଷ ସ୍ୱୀକାର କରୁ ଏବଂ ନିଜ ଆତ୍ମାକୁ ପାପ ବୋଝରୁ ମୁକ୍ତ କରୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.