Below header

ଠକ-ଠକ ଗ୍ୟାଙ୍ଗ୍: ଚଳନ୍ତା ଗାଡ଼ି ଉପରେ ପ୍ରଥମେ ଫିଙ୍ଗୁଥିଲେ ରଙ୍ଗ, ଆଉ ତା’ପରେ ଏମିତି କରୁଥିଲେ ଲୁଟ୍‌ପାଟ୍‌

ଚୋରି କରିବାକୁ ଚୋରମାନେ ଏବେ ବିଭିନ୍ନ ନିଆରା ଟେକ୍‌ନିକ୍‌ ଆପଣାଉଛନ୍ତି। କିନ୍ତୁ ଏବେ ଏକ ଏଭଳି ଚୋର ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି ଯେଉଁମାନେ ଚୋରି କରିବାକୁ ସମସ୍ତଙ୍କଠାରୁ ଅଲଗା ଏକ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଗାଡ଼ି ଉପରକୁ ନାଲି ରଙ୍ଗ ଫିଙ୍ଗି ଚୋରମାନେ ଚୋରି କରୁଥିବା ଜଣାଯାଇଛି। ଏହି ଗ୍ୟାଙ୍ଗ୍‌ ରଙ୍ଗ ଫୋପାଡ଼ି ଫୋପାଡ଼ି ଏବେ ଯାଏଁ ପ୍ରାୟ ୧୫ଟି ମୋବାଇଲ ଚୋରି କରିସାରିଲେଣି, ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି।

thak thak

ମିରଟ ପୋଲିସ ଏବେ ଏହି ଗ୍ୟାଙ୍ଗକୁ ଧରିବାରେ ସମର୍ଥ ହୋଇଛି। ଧରାପଡ଼ିବା ପରେ ଗ୍ୟାଙ୍ଗ ସଦସ୍ୟ କହିଛନ୍ତି ଆମେ ପ୍ରଥମେ ହାଇେଓ୍ଵରେ ଠିଆ ହୋଇ ସମସ୍ତ ଗାଡ଼ିକୁ ନଜର କରୁ। ଯେଉଁ ଗାଡ଼ିକୁ ଟାର୍ଗେଟ କରିବାକୁ ସ୍ଥିର ହୁଏ ବାଇକ୍‌ରେ ଯାଇ ପ୍ରଥମେ ସେ ଗାଡ଼ି ପଛରେ ନାଲି ରଙ୍ଗ ଢାଳି ଦେଉ। ପରେ ଉକ୍ତ ଗାଡ଼ିକୁ ଓଭରଟେକ୍‌ କରି ଡ୍ରାଇଭରକୁ ଗାଡ଼ିରେ ରକ୍ତ ଲାଗିଥିବା କହୁ। ରକ୍ତ ନାଁ ଶୁଣି ସମସ୍ତେ ଗାଡ଼ି ଅଟକାଇ ଓହ୍ଲାଇ ପଛକୁ ଯାଇ ଚେକ୍‌ କରନ୍ତି। ଏହି ସମୟ ମଧ୍ୟରେ ଆମେ ଗାଡ଼ି ଭିତରେ ପଶି ମୋବାଇଲ, ଲାପଟପ୍‌, ଟଙ୍କା, ପର୍ସ, ଗହଣା ଆଦି ଚୋରି କରି ନେଇ ପଳାଉ। ଗାଡ଼ି ମାଲିକ କିଛି ବୁଝିବା ପୂର୍ବରୁ ଆମେ ସ୍ଥାନ ଛାଡ଼ି ଚାଲିଯାଇଥାଉ।

thak thak2

ଏହି ଗ୍ୟାଙ୍ଗ୍‌ର ନାଁ ଠକ-ଠକ ଗ୍ୟାଙ୍ଗ୍‌। ଏମାନେ ନୋଏଡ଼ା, ଗାଜିଆବାଦ ଓ ଦିଲ୍ଲୀରେ ବଡ଼ ବଡ଼ ଚୋରି କରିଛନ୍ତି। ଗିରଫ ହୋଇଥିବା ୫ ଅଭିଯୁକ୍ତ ମିରଟର ବାସିନ୍ଦା। ଏବେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.