Below header

ଖଣି ଖନନକୁ ବିରୋଧ କରି ଲଙ୍କାକାଣ୍ଡ, କଂପାନୀର ୩୦ଟି ଗାଡ଼ି ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକେ

ସୁନ୍ଦରଗଡ଼(କେନ୍ୟୁଜ୍‌) : ଖଣି ଖନନକୁ ବିରୋଧ କରି ଲଙ୍କାକାଣ୍ଡ। କୋଇଲା ପ୍ରକଳ୍ପ ପାଇଁ ଭୂମିପୂଜନକୁ ବିସ୍ଥାପିତଙ୍କ ପ୍ରବଳ ବିରୋଧ। ପ୍ରତିବାଦରେ ବ୍ୟାପକ ଭଙ୍ଗାରୁଜା ସହ କଂପାନୀର ୩୦ଟି ଗାଡ଼ି ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକେ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ସିଆରମାଳ ଠାରେ ଏମସିଏଲ ପ୍ରକଳ୍ପ ଭୂମିପୂଜନକୁ ତୀବ୍ର ବିରୋଧ କରିଛନ୍ତି। ପ୍ରକଳ୍ପ ସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରି ଅସ୍ଥାୟୀ ଅଫିସକୁ ଜାଳି ଦେଇଛନ୍ତି ୧୪ ଖଣ୍ଡ ବିସ୍ଥାପିତ ଗାଁର ଉତ୍ତ୍ୟକ୍ତ।

ପରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାମ ଆରମ୍ଭ ପାଇଁ ଡିବିଏଲ କଂପାନୀର ଥିବା ୩୦ଟି ଗାଡ଼ିକୁ ପୋଡ଼ି ଦେଇଥିଲେ। ପୂର୍ବରୁ ଡିସେମ୍ବର ୧୧ତାରିଖରେ ଭୂମିପୂଜନ ପାଇଁ ଉଦ୍ୟମ ହୋଇଥିବା ବେଳେ ଏହାକୁ ବି ବିରୋଧ କରିଥିଲେ। ଲଙ୍କାକାଣ୍ଡ ପରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୂତୟନ ହୋଇଛନ୍ତି। ବର୍ତ୍ତମାନ ସେଠାରେ ଚାପା ଉତ୍ତେଜନା ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.