Below header

ଚେତାଶୂନ୍ୟ ଅବସ୍ଥାରେ ମିଳିଲେ ହାତଗୋଡ ବନ୍ଧା ଥିବା ନାବାଳିକା କଲେଜ ଛାତ୍ରୀ, ମେଡିକାଲରେ ଭର୍ତ୍ତି

ସାଲେପୁର(କେନ୍ୟୁଜ୍‌) : ନାବାଳିକା କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବନ୍ଧାହୋଇ ଚେତାଶୂନ୍ୟ ଅବସ୍ଥାରେ ଏକ ପଥପ୍ରାନ୍ତ ପରିମଳ ଗୃହରୁ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରଛାତ୍ରୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁରରେ। ସାଲେପୁର ସ୍ବୟଂଶାସିତ କଲେଜର ଜଣେ ନାବାଳିକା ଛାତ୍ରୀକୁ ତାର ଓନିରେ ହାତଗୋଡ଼ ବନ୍ଧା ଥାଇ ଚେତାଶୂନ୍ୟ ଅବସ୍ଥାରେ ଏକ ପରିମଳ ଗୃହରେ ପଡିରହିବା ଦେଖି କିଛି କଲେଜ ଛାତ୍ରଛତ୍ରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ  ।

ପରେ ନାବାଳିକା ଛାତ୍ରୀକୁ ସାଲେପୁର ପୋଲିସକୁ ଖବର ଦେବା ସହ ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ କିଛି ସମୟ ଚିକିତ୍ସା ପରେ ତାକୁ କଟକ ବଡ ନେଡିକାଲ ପଠା ଯାଇଛି। ତେବେ କିଏ କଣ ପାଇଁ ନାବାଳିକା ଝିଅଟିର ହାତଗୋଡ଼ ବାନ୍ଧି ରାସ୍ତା ପାଖ ଆବର୍ଜନା ଗୃହରେ ପକାଇ ପଳାଇଗଲା ତାହା ଜଣାପଡିନି। ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏଁ ପୀଡିତାଙ୍କ ପରିବାର ପକ୍ଷରୁ କୌଣସି ଏତଲା ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.