କଲେଜ କରିଡରରେ ବିଟେକ୍‌ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା; ଅଭିଯୁକ୍ତ ନିଜକୁ ମଧ୍ୟ ମାରିବାକୁ କରିଥିଲେ ଉଦ୍ୟମ

କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଜଣେ ଛାତ୍ର ତାଙ୍କୁ ତାଙ୍କ କଲେଜ ପରିସରରେ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ପ୍ରେସିଡେନ୍ସି କଲେଜ କରିଡରରେ ହୋଇଛି। ଏଠାରେ ଛାତ୍ରୀ ଜଣକ ବିଟେକ୍‌ କରୁଥିଲେ।

ପୋଲିସ ସୂଚନା ଅନୁସାରେ, ଆକ୍ରମଣକାରୀ ଛାତ୍ର ଅନେକ ବାର ଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କ ନାଁ ପବନ କଲ୍ୟାଣ, ଯିଏକି ଅନ୍ୟ କଲେଜର ବିସିଏ ଛାତ୍ର ଥିଲେ। ଘଟଣା ପରେ କଲେଜର କର୍ମଚାରୀ ଏବଂ ଛାତ୍ରୀଙ୍କ ସାଙ୍ଗମାନେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଅଧିକାରୀଙ୍କ ମୁତାବକ, ମୃତା ଛାତ୍ରୀଙ୍କ ନାଁ ଲେସ୍ମିତା। ଅଭିଯୁକ୍ତ ପବନ କଲ୍ୟାଣ, ଲେସ୍ମିତାଙ୍କୁ ଅନେକ ଥର ଛୁରୀ ଭୁସିବା ପରେ ନିଜକୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲେ। ଏଥିରେ ସେ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ଚିକିତ୍ସା ଚାଲିଛି।

ପୋଲିସ କହିଛି, ଅଭିଯୁକ୍ତ ପବନ କଲ୍ୟାଣ ଓ ଲେସ୍ମିତା ଦୁହେଁ ପରସ୍ପରକୁ ଜାଣିଥିଲେ। ସେମାନେ କର୍ଣ୍ଣାଟକର କୋଲାର ଜିଲ୍ଲାର ଗୋଟିଏ ହିଁ ଗାଁରେ ରହୁଥିଲେ। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.