Below header

ରାସ୍ତାରୁ ଚାଷୀ ପାଇଲେ ଲକ୍ଷାଧିକ ଟଙ୍କା, ଉପଯୁକ୍ତ ପ୍ରମାଣ ଦେଇ ନେଇ ପାରିବେ ବୋଲି କହିଲେ ଚାଷୀ

ମହାକାଳପଡା(କେନ୍ୟୁଜ୍‌) : ରାସ୍ତାରୁ ଚାଷୀ ପାଇଲେ ଲକ୍ଷାଧିକ ଟଙ୍କା । ୫ଶହ ଟଙ୍କିଆ ନୋଟ୍ର ୨ଟି ବଣ୍ଡଲ ପାଇଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ବଡିହି ଗାଁର ଶଙ୍କର୍ଷଣ ବେହେରା । ଗତ ଡିସେମ୍ବର ୩୧ ତାରିଖରେ ବିଲକୁ ଧାନ କାଟିବାକୁ ବଡିହି – ବିଜୟନଗର ରାସ୍ତା ଦେଇ ଯାଉଥିବା ବେଳେ ଏକ ବ୍ୟାଗ୍‌ ପଡିଥିବାର ଦେଖିବାକୁ ପାଇଥିଲେ । ବ୍ୟାଗ୍‌ରେ ଥିଲା ୫ଶହ ଟଙ୍କିଆ ଦୁଇଟି ବଣ୍ଡଲ।

ଟଙ୍କା ପାଇଲା ପରେ ଶଙ୍କର୍ଷଣ କିଛି ସମୟ ଧରି ଟଙ୍କା ମିଳିଥିବା ସ୍ଥାନରେ ଅପେକ୍ଷା କରିଥିଲେ । କୌଣସି ବ୍ୟକ୍ତି ଟଙ୍କା ଖୋଜିବାକୁ ନଆସିବାରୁ ଶଙ୍କର୍ଷଣ ଟଙ୍କାକୁ ନିଜ ପାଖରେ ରଖିଛନ୍ତି । ଦୁଇଟି ୫ ଶହ ଟଙ୍କିଆ ବଣ୍ଡଲରେ ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କା ଥିବାର ଅନୁମାନ କରାଯାଉଛି ।

ଯାହାର ବି ଏହି ଟଙ୍କା, ସେ ଉପଯୁକ୍ତ ପ୍ରମାଣ ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଇପାରିବେ ବୋଲି ସୁଚନା ଦେଇଛନ୍ତି ଶକର୍ଷଣ । ଯଦି କେହି ଦାବିଦାର ନଆସନ୍ତି, ଏହି ଟଙ୍କା ସରକାରଙ୍କ ରାଜକୋଷକୁ ପ୍ରଦାନ କରିବେ ବୋଲି କହିଛନ୍ତି ଶଙ୍କର୍ଷଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.