କିସ୍‌ ପରିଦର୍ଶନ କରି ଭାବପ୍ରବଣ ହେଲେ ସଚିନ୍‌ ଓ ସୁପ୍ରିୟା, ଆଖିରେ ଲୁହ ଆସିଗଲା

ଭୁବନେଶ୍ୱରେ(କେନ୍ୟୁଜ୍‌) : କାଦମ୍ବିନୀ ସାହିତ୍ୟ ମହୋତ୍ସବରେ ଯୋଗ ଦେବା ପାଇଁ ଆସିଥିବା ବିଶିଷ୍ଟ ଅଭିନେତା ସଚିନ୍‌ ପିଲଗାଁଓକର୍‌ ଏବଂ ତାଙ୍କ ପତ୍ନୀ ବିଶିଷ୍ଟ ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ସୁପ୍ରିୟା ପିଲଗାଁଓକର୍‌ ଆଜି କିସ୍‌ ଓ କିଟ୍‌ର ବିଭିନ୍ନ କ୍ୟାମ୍ପସ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ କିସ୍‌ରେ ୧୦ ହଜାର ଛାତ୍ରୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କଳାକାର ଦମ୍ପତିଙ୍କୁ ସ୍ୱାଗତ କରିଥିଲେ।

sachin

ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ କିସ୍‌ରେ ବିନାଦେୟରେ ଶିକ୍ଷା ଦିଆଯାଉଥିବା ଜାଣି ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଛାତ୍ରୀଙ୍କୁ ଦେଖି ଉଭୟ କଳାକାର ବିମୋହିତ ଓ ଭାବ ବିହ୍ଵଳ ହୋଇପଡ଼ିଥିଲେ । ଖୁସିରେ ସେମାନେ କାନ୍ଦି ପକାଇବା ସହ ଏହି ସ୍ଥାନକୁ ସେମାନେ କେବେ ବି ଭୁଲି ପାରିବେ ନାହିଁ ବୋଲି କହିଥିଲେ। ବାରମ୍ବାର ସେମାନେ କିସ୍‌ ଆସିବାକୁ ଇଚ୍ଛା ପ୍ରକଟ କରିଥିଲେ ।

ଏହା ସହିତ ହିରୋ ଭାବେ ନିଜର ପ୍ରଥମ ଚଳଚ୍ଚିତ୍ର ‘ଗୀତ ଗାତା ଚଲ୍‌’ର ରାମ ଭଜନ ‘ମଙ୍ଗଲ ଭବନ..’ ଗାଇ ସମସ୍ତଙ୍କୁ ମୋହିତ କରି ଦେଇଥିଲେ ସଚିନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.