‘ତାରକ ମେହତା…’କୁ ପୁଣି ବଡ଼ ଝଟ୍‌କା; ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ନିର୍ଦ୍ଦେଶକ ମାଲଭ ରାଜଦା!

ଟିଭି ଉପରେ ରାଜ୍‌ କରୁଥିବା ଶୋ’ ‘ତାରକ ମେହତା କା ଉଲ୍‌ଟା ଚଷମା’ ଉପରେ ସତେ ଯେପରି କାହାର ନଜର ଲାଗି ଯାଇଛି। ଏଥିପାଇଁ ତ ଜଣଙ୍କ ପରେ ଜଣେ କଳାକାର ଶୋ’କୁ ଅଲ୍‌ବିଦା କହୁଛନ୍ତି। ଦିଶା ଭକାନୀ ଓ ଶୈଳେଶ ଲୌଢ଼ାଙ୍କ ଭଳି କଳାକାରଙ୍କ ପରେ ଏବେ ତାରକ ମେହତାର ନିର୍ଦ୍ଦେଶକ ମାଲଭ ରାଜଦା ମଧ୍ୟ ଶୋ’ କ୍ୱିଟ୍‌ କରି ଦେଇଛନ୍ତି।

ମାଲଭ ରାଜଦା ‘ତାରକ ମେହତା କା ଉଲ୍‌ଟା ଚଷମା ଶୋ’କୁ ବିଗତ ୧୪ ବର୍ଷ ଧରି ନିର୍ଦ୍ଦେଶନା ଦେଇ ଆସୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ବର୍ଷ ବର୍ଷର ଲମ୍ବା ଯାତ୍ରା ପରେ ରାଜଦା ଶୋ’ ଛାଡ଼ିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ପ୍ରାୟ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ରହିଛି।

ସୂଚନା ମୁତାବକ, ମାଲଭ ରାଜଦା ୧୫ ଡିସେମ୍ବରରେ ତାରକ ମେହତାର ଶେଷ ସୁଟିଂ କରିଥିଲେ। ସୂତ୍ରରୁ ଜଣାପଡ଼ିଛି ଯେ ଶୋ’ ଡାଇରେକ୍ଟର ମାଲଭ ରାଜଦା ଏବଂ ପ୍ରଡକ୍ସନ ହାଉସ୍‌ ମଧ୍ୟରେ ବିବାଦ ଚାଲିଥିଲା, ଯେଉଁ କାରଣରୁ ସେ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେପଟେ ରାଜଦା ଏ ସମସ୍ତ ଅନୁମାନକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି କି, ‘ଆପଣ ଯଦି ଭଲ କାମ କରୁଛନ୍ତି, ତା’ ହେଲେ ଟିମ୍‌ରେ କ୍ରିଏଟିଭ ଡିଫରେସେନ୍ସ ରହିବା ସାଧାରଣ କଥା। କିନ୍ତୁ ଏହା ଶୋ’କୁ ଭଲ କରିବା ପାଇଁ ହୋଇଥାଏ। ପ୍ରଡକ୍ସନ ହାଉସ୍‌ ସହିତ ମୋର କୌଣସି ଭୁଲ୍‌ ବୁଝାମଣା ହୋଇନାହିଁ। ଶୋ’ ଏବଂ ଅସିତ୍‌ ଭାଇ (ଶୋ’ର ପ୍ରଡ୍ୟୁସର)ଙ୍କ ପାଖରେ ମୁଁ କୃତଜ୍ଞ’।

ଶୋ’ କାହିଁକି ଛାଡ଼ିବା ଉପରେ ରାଜଦା କହିଥିଲେ ଯେ ୧୪ ବର୍ଷ ଧରି ଶୋ’ କରିବା ପରେ ମୋତେ ଲାଗିଥିଲା କି, ମୁଁ ନିଜର କନ୍‌ଫର୍ଟ ଜୋନକୁ ଚାଲି ଯାଇଛି। ମୋତେ ଲାଗେ କି, କ୍ରିଏଟିଭିଟି ଗ୍ରୋ କରିବା ପାଇଁ ଆଗକୁ ବଢ଼ି ନିଜକୁ ଚ୍ୟାଲେଞ୍ଜ କରିବା ଜରୁରୀ। ଏହି ୧୪ ବର୍ଷ ମୋ ଜୀବନର ସବୁଠାରୁ ସୁନ୍ଦର ବର୍ଷ ରହିଛି। ଶୋ’ରୁ ମୋତେ କେବଳ ଫେମ୍‌ ଓ ପଇସା ମିଳି ନାହିଁ, ବରଂ ମୋର ଜୀବନସାଥୀ ପ୍ରିୟା ମଧ୍ୟ ମିଳିଛନ୍ତି।

କହି ରଖୁଛୁ, ଶୋ’ର ଡାଇରେକ୍ଟର ମାଲଭ ରାଜଦାଙ୍କ ପୂର୍ବରୁ ରାଜ ଅନାଦକଟ, ଶୈଳେଶ ଲୋଢ଼ା ଓ ଦିଶା ଭକାନୀଙ୍କ ଭଳି ବଡ଼ କଳାକାର ଶୋ’କୁ ଅଲବିଦା କହି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.