ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ପହଞ୍ଚିଲା ୪୫ ଦିନରେ, ଦିନରାତି ବସିଛନ୍ତି ହେଲେ କେହି ବୁଝୁ ନାହାନ୍ତି ଦୁଃଖ

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଚାଲିଛି । ୪୫ ଦିନ ହେଲାଣି ଏମାନେ ଆନ୍ଦୋଳନ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ କେହି ଶୁଣୁ ନାହାନ୍ତି। ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ଯତା, ସୁପରଭାଇଜରରେ ପଦୋନ୍ନତି, ସମାନ କାମକୁ ସମାନ ଦରମା ଭଳି ୮ ଦଫା ଦାବି ନେଇ ଲୋୟର ପିଏମଜିରେ ଏମାନେ ଦିନ ରାତି ଧାରଣାରେ ବସିଛନ୍ତି । ଖୋଲା ଆକାଶ ତଳେ ଧାରଣା ଦେଇଛନ୍ତି ହଜାର ହଜାର କର୍ମୀ । ଶୀତ କାକର ଆଉ ଥଣ୍ଡାକୁ ଖାତିର ନକରି କର୍ମୀମାନେ ଆନ୍ଦୋଳନରେ ବସିଛନ୍ତି ।

ଏହାରି ଭିତରେ ପ୍ରତିନିଧି ଦଳ ସରକାରଙ୍କୁ ଭେଟିବାକୁ ଯାଇଛି, ଏବଂ ସମାଧାନର ରାସ୍ତା ବାହାରିବାର ସମ୍ଭାବନା ବି ରହିଛି ବୋଲି ଜଣେ କର୍ମୀ କହିଛନ୍ତି । ଯଦି ଆମ ଦାବିକୁ ସରକାର ଗ୍ରହଣ ନକରନ୍ତି ତେବେ ଗାଁକୁ ଯାଇ ଆମ ନାଯ୍ୟ ଦାବି ସମ୍ପର୍କରେ ଲୋକମାନଙ୍କୁ ବୁଝାଇାବୁ। ଯେ ପର୍ଯ୍ଯନ୍ତ ଦାବି ପୂରଣ ନ ହେଇଛି ଏ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ଆନ୍ଦୋଳନକାରୀ ଅଙ୍ଗନବାଡ଼ି କର୍ମୀ କହିଛନ୍ତି । ତା ସହିତ ଆସନ୍ତା ୧୩ ତାରିଖ ଦିନ ରାଜଧାନୀରେ ଅଖଚକ ବନ୍ଦ ହୋଇଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.