Below header

ବାଲୁଗାଁ: ଗାଁ ପୋଖରୀ ନିଲାମକୁ କେନ୍ଦ୍ର କରି ବିକ୍ଷୋଭ

ଗାଁ ପୋଖରୀ ନିଲାମକୁ କେନ୍ଦ୍ର କରି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନିମିକ୍ଷେତା ପଞ୍ଚାୟତ ବିରପାଟଣା ଗାଁରେ ଥିବା ପୋଖରୀରେ ବଳର୍ପୂବକ ମାଛ ଜାଆଁଳା ଛାଡିବା ନେଇ ପ୍ରତିବାଦ କରାଯାଇଛି । ଏହି ପୋଖରୀକୁ ପ୍ରତିବର୍ଷ ନିଲାମ ଦିଆଯାଇଥାଏ । କିନ୍ତୁ କୌଣସି କାରଣ ବଶତଃ ଚଳିତ ବର୍ଷ ପଞ୍ଚାୟତ ପକ୍ଷରୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ପାଣ୍ଡବାଶୁଣୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ବୀଣାପାଣି ନାୟକ ବଳର୍ପୂବକ ସେହି ପୋଖରୀରେ ମାଛ ଯାଆଁଳା ଛାଡିଥିଲେ । ଏନେଇ ଗ୍ରାମବାସୀ ମାନେ ନାଭାଲ ଫାଣ୍ଡି ପୋଲିସରେ ଲିଖିତ ଅଭିଯୋଗ କରିବା ସହିତ ଗ୍ରାମପଞ୍ଚାୟତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.