Below header

କୋଭିଡ୍‌ ସ୍ଥିତିକୁ ଦେଖି ୨୦ରୁ ୨୫ ଜଣଙ୍କୁ ନେଇ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ

ପୁରୀ: କୋଭିଡ୍‌ ସ୍ଥିତିକୁ ଦେଖି ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ । ସମସ୍ତ ନୀତିକାନ୍ତି ଯେଭଳି ପାଳନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ସର୍ବନିମ୍ନ ୨୦ରୁ ୨୫ ଜଣଙ୍କୁ ଯାତ୍ରାରେ ସାମିଲ ହେବା ପାଇଁ ଅନୁମତି ପତ୍ର ଦେବେ ଉପଜିଲ୍ଲାପାଳ ।

କୌଣସି ଶୋଭାଯାତ୍ରାକୁ ସାହିଯାତ ସମୟରେ ଅନୁମତି ଦିଆଯିବ ନାହିଁ । ପୁରୀର ବିଭିନ୍ନ ସାହିର ସଭାପତି, ସମ୍ପାଦକ, ବୁଦ୍ଧିଜୀବୀ ଓ ସେବାୟତଙ୍କୁ ନେଇ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଚନ୍ଦନ ଯାତ୍ରା କିଭଳି ପାଳନ କରାଯିବ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.