Below header

ପୁରୀ ଝିଅ ଅପର୍ଣ୍ଣାଙ୍କ କମାଲ୍: ମିସ୍ ଇଣ୍ଡିଆ ଫଟୋଜେନିକ ଫେସ୍ ପ୍ରତିଯୋଗିତାରେ ବିଜୟୀ ହୋଇ ରାଜ୍ୟ ପାଇଁ ଆଣିଲେ ଗର୍ବ

ପୁରୀ: ମିସ୍ ଇଣ୍ଡିଆ ଫଟୋଜେନିକ ଫେସ ପ୍ରତିଯୋଗିତାରେ ପୁରୀର ଝିଅ ଅପର୍ଣ୍ଣା ଦାଶ ବିଜୟୀ ହୋଇ ପୁରୀ ତଥା ରାଜ୍ୟପାଇଁ ଗର୍ବ ଆଣିଛନ୍ତି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୩୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଥମେ ଭରଚୁଆଲ ମୋଡ଼ରେ ଅନଲାଇନ ମିସ ଇଣ୍ଡିଆ ଚାର୍ମିଂ ପ୍ରତିଯୋଗୀତା ପାଇଁ ଚୟନ ହୋଇଥିଲା। ସେଥିରୁ ଅପର୍ଣ୍ଣାଙ୍କ ସମେତ ଦେଶର ବଛାବଛା ୩୭ଜଣ ଯୁବତୀ ଗୋଆ ଯାଇ ଏଥିରେ ଭାଗ ନେଇଥିଲେ।

aparna dasକିଟ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ଅପର୍ଣ୍ଣା ଫ୍ୟାସନ ଡ଼ିଜାଇନିଂ କୋର୍ସ କରି ଭବିଷ୍ୟତରେ ମାର୍କେଟିଂ ସହ ମିସ ଫେମିନା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୁରୀର ଶ୍ରୀକାନ୍ତ ଦାଶ ଓ ସ୍ୱାଧିନା ଦାଶଙ୍କ ଏକମାତ୍ର କନ୍ୟାହେଉଛନ୍ତି ଅପର୍ଣ୍ଣା ଦାଶ। ପୁରୀ ବ୍ଲେସଡ଼ ସାକ୍ରାମେଣ୍ଟ ହାଇସ୍କୁଲରୁ ଦଶମ ପାସ କରିବା ପରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲରେ ଦ୍ୱାଦଶ ପଢି ବର୍ତ୍ତମାନ ପଞ୍ଜାବ ଜଳନ୍ଧରର ଏକ ବିଶ୍ୱବିଦ୍ୟାଳୟରେ ଫ୍ୟାସନ ଡିଜାଇନରେ ସ୍ନାତକ ଶିକ୍ଷା ଗ୍ରହଣ କରୁଛନ୍ତି। ଗତ ମାସରେ ଗୋଆରେ ଅନୁଷ୍ଠିତ ମିସ ଇଣ୍ଡିଆ ଫଟୋଜେନିକ ଫେସ ପ୍ରତିଯୋଗୀତାରେ ସେ ବିଜୟୀ ହେବା ସହ ମିସ ଇଣ୍ଡିଆ ଚାର୍ମିଂ ପ୍ରତିଯୋଗୀତାରେ ରନର୍ସ ଅପ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.