Below header

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ, ୧୭ ଜିଲ୍ଲାକୁ ସ୍ୱଳ୍ପ ବର୍ଷା ସହ ବଜ୍ରପାତ ସତର୍କତା ଜାରି

ଭୁବନେଶ୍ବର: ପୁଣି ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଆଜିଠୁ ବର୍ଷା ପ୍ରଭାବ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡିଶା ଏବଂ ଉକପୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବ। ୧୭ ଜିଲ୍ଲାକୁ ସ୍ୱଳ୍ପ ବର୍ଷା ସହ ବଜ୍ରପାତ ସତର୍କତା ଜାରି କରାଯାଇଛି। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। ୮ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରଭାବ ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ତାତି ବଢିବ ନାହିଁ। ପାରଦ ୪୦ଡିଗ୍ରୀ ତଳେ ରହିବ। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି, ବାଲେଶ୍ୱର, ଢେଙ୍କାନାଳ, କଟକ, ସୁନ୍ଦରଗଡ଼ ସମେତ ଅନେକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୪ ଦିନ ପରେ ବର୍ଷା କମିବା ପରେ ତାପମାତ୍ରା ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.