କୂଳରେ ଲାଗୁଥିବା ବିଦେଶୀ ଜାହାଜକୁ ନେଇ ଭୟଭୀତ ପାରାଦ୍ୱୀପବାସୀ, ପ୍ରତି ଜାହାଜରେ ଦିନକୁ ଦୁଇଥର ହେଉଛି ଯାଞ୍ଚ

କରୋନାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପାରାଦୀପରେ ବିଭିନ୍ନ ସମୟରେ ବିଦେଶୀ ଜାହାଜ ଲାଗୁଥିବାରୁ ଅଞ୍ଚଳବାସୀ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି । ଜାହାଜ କର୍ମଚାରୀମାନେ ବନ୍ଦରକୁ ଆସି କିଣାବିକା କରିବା ସହ ବିଭିନ୍ନ ଷ୍ଟାର ହୋଟେଲରେ ରହିଥାଆନ୍ତି । ଏଥିପାଇଁ ପାରାଦୀପରେ ହୋଟେଲକୁ ଆସୁଥିବା ବିଦେଶୀ ନାଗରିକଙ୍କ ମେଡିକାଲ ସାର୍ଟିଫିକେଟ ଯାଞ୍ଚ ପରେ ସେମାନଙ୍କୁ ହୋଟେଲରେ ରହିବା ପାଇଁ ଅନୁମତି ଦିଆଯାଉଛି । ବନ୍ଦର ଚିଫ୍‌ ମେଡିକାଲ ଅଫିସର କହିଛନ୍ତି, ବାହାରୁ ଆସୁଥିବା ଜାହାଜ କର୍ମଚାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଦିନକୁ ଦୁଇ ଥର ପ୍ରତି ଜାହାଜରେ କ୍ରିଉମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି । ଏନେଇ ପାରାଦୀପରେ ବିଭିନ୍ନ ସ୍ଥାନରେ ଥିବା ଡିସ ପ୍ଲେ ବୋର୍ଡରେ ଲୋକଙ୍କୁ ସତର୍କ କରାଯାଉଛି । ଗତକାଲି ସିଙ୍ଗାପୁରରୁ ଆସିଥିବା ଜାହାଜରେ ଅସୁସ୍ଥଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ଏନଭିଆଇ ପୁନେକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.