Below header

ଆଡମିଟ୍‌ କାର୍ଡ ନପାଇ ପରୀକ୍ଷାରୁ ବଞ୍ଚିତ ୪୦ରୁ ଅଧିକ ଛାତ୍ରଛାତ୍ରୀ, କଲେଜର ପ୍ରିନ୍ସିପାଲ ଓ ସମସ୍ତ ଷ୍ଟାଫ୍‌ ଫେରାର

ସମ୍ବଲପୁର: ଯୁକ୍ତ ଦୁଇ ଆଡମିଟ୍‌ କାର୍ଡ ନପାଇ ପରୀକ୍ଷାରୁ ୪୦ରୁ ଅଧିକ ଛାତ୍ରଛାତ୍ରୀ ବଞ୍ଚିତ । ସମ୍ବଲପୁର ଯମୁନାଦେବୀ ବେସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଅଭିଯୋଗ କରିଛନ୍ତି । ସେମାନେ କରେସପଣ୍ଡେଣ୍ଟ କୋର୍ସରେ ନାଁ ଲେଖାଇଥିଲେ । ପରୀକ୍ଷା ଦେବା ସମୟରେ ଆଡମିଟ୍‌ କାର୍ଡ ଆସି ନଥିଲା । ଯେଉଁ ବିଲିଡିଂରେ ପାଠ ପଢାଯାଉଥିଲା ସେଠାରେ ଏବେ ତାଲା ଝୁଲୁଛି । ଗତକାଲି ଛାତ୍ରଛାତ୍ରୀ ଓ ଅଭିଭବାକ ଧନୁପାଲି ଥାନାରେ ଦ୍ୱାରସ୍ଥ ହୋଇଥିଲେ । ସୋନପୁର ଜିଲ୍ଲା ସିଣ୍ଡୋଲ କଲେଜରେ ପରୀକ୍ଷା ଦେବାର ବନ୍ଦୋବସ୍ତ ହୋଇଛି ଓ ଆଡମିଟ୍‌ କାର୍ଡ ମିଳିବ ବୋଲି ପ୍ରିନ୍ସିପାଲ କହିଥିଲେ । ଆଜି ସେହି ଜାଗାକୁ ଗଲା ପରେ ଜଣାପଡିଲା ସବୁ ମିଛ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.