ଖାରଜ ହେଲା ନିର୍ଭୟା ମାମଲାର ଅନ୍ୟତମ ଅଭିଯୁକ୍ତ ପବନର ରାଜକ୍ଷମା, ଆସନ୍ତାକାଲି ଜାରି ହୋଇପାରେ ଡେଥ୍‌ ଓ୍ଵାରେଣ୍ଟ

ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ପବନ ଗୁପ୍ତାର ରାଜକ୍ଷମାକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି। ଦୁଇ ଦିନ ପୂର୍ବରୁ ପଟିଆଲା କୋର୍ଟ ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଉପରେ ରୋକ୍‌ ଲଗାଇଥିଲେ, ଫଳରେ ମାର୍ଚ୍ଚ ୩ ତାରିଖରେ ଫାଶୀ ହୋଇପାରିନଥିଲା। ସେତେବେଳେ କୋର୍ଟ କହିଥିଲେ ଯେ ପବନର ଦୟା ପିଟିସନ୍‌ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ରହିଛି, ଏଣୁ ଫାଶୀ ଦିଆଯାଇପାରିବ ନାହିଁ। ଏହାକୁ ମିଶାଇ ତୃତୀୟ ଥର ପାଇଁ ଚାରି ଦୋଷୀଙ୍କ ଫାଶୀ ଟଳିଛି। ତେବେ ବର୍ତ୍ତମାନ ଚାରି ଦୋଷୀଙ୍କ ନିକଟରେ ନା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ନା ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଦାଖଲ କରିବାର ବିକଳ୍ପ ବାକି ଅଛି।

Nirbhaya-convicts

ବୁଧବାର ସନ୍ଧ୍ୟାରେ ନିର୍ଭୟାଙ୍କ ପରିବାରର ଓକିଲ ସୀମା କୁଶବାହା କୋର୍ଟରେ ଦୋଷୀ ଅକ୍ଷୟ ଠାକୁର, ପବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂହଙ୍କ ଫାଶୀ ପାଇଁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବା ଲାଗି ପିଟିସନ୍‌ ଦାଖଲ କରିଛନ୍ତି। ଏନେଇ ପଟିଆଲା ହାଉସ କୋର୍ଟ ଦୋଷୀଙ୍କ ଓକିଲଙ୍କ ଠାରୁ ଗୁରୁବାର ଅପରାହ୍ନ ୨ଟା ଯାଏଁ ଜବାବ ମାଗିଛନ୍ତି। କୁହାଯାଉଛି ଯେ କାଲି ହିଁ ଦୋଷୀଙ୍କ ଫାଶୀ ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରାଯିବ।

nirbhaya-convicts-hanging2

ତେବେ ବାରମ୍ବାର ଦୋଷୀଙ୍କ ଫାଶୀ ଘୁଞ୍ଚୁଥିବାରୁ ପୀଡ଼ିତାଙ୍କ ମା’ ମଧ୍ୟ ଭାଙ୍ଗିପଡ଼ିଛନ୍ତି। ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଦମ୍ଭର ସହ କହୁଥିଲେ ବି କେବେ ମିଳିବ ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ବର୍ତ୍ତମାନ ଦୋଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ବାକି ନଥିବାରୁ କାଲି ହିଁ ସେମାନଙ୍କ ମୃତ୍ୟୁର ଦିନ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.