Below header

ଖୋର୍ଦ୍ଧା ଜେଲ ରୋଡ ନିକଟରୁ ୩୦ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଖୋର୍ଦ୍ଧା: ୩୦ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ । ଖୋର୍ଦ୍ଧା ଜେଲ ରୋଡ ନିକଟରୁ ୩୦୫ ଗ୍ରାମର ଧଳା ଜହର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଆଜି ଭୋର ଏକ ଘରେ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ଏହି ବ୍ରାଉନ୍ସୁଗାର ଜବତ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଲା ପ୍ରିୟବ୍ରତ ଦାସ । ଅନ୍ୟ ଦୁଇଜଣ ବ୍ୟବସାୟୀ ଫେରାର୍‌ ଯୋଇଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତ ଦୁଇମାସ ଭିତରେ ଦେଢ଼ କୋଟିରୁ ଅଧିକ ଟଙ୍କାର ଧଳା ଜହର ଜବତ କଲାଣି ଏସଟିଏଫ୍‌ । ଯେଉଁଥିରେ ଗିରଫ ହୋଇଛନ୍ତି ୨୭ଜଣ ବେପାରୀ । ସେପଟେ ବାଂଲାଦେଶରୁ କୋଲକାତା,ଜଳେଶ୍ୱର ଓ  କଟକ ଦେଇ ରାଜଧାନୀକୁ ଆସୁଛି ବ୍ରାଉନ ସୁଗାର । ତେଣୁ ବଡବଡ ବ୍ୟବସାୟୀଙ୍କ ଉପରେ ଏବେ ତଦନ୍ତକାରୀ ଅଧିକାରୀଙ୍କ ନଜର ଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.