Below header

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ରାଜଧାନୀରେ ଯୁବକଙ୍କ ହଙ୍ଗାମା। ଲିଫ୍ଟ ଦେବାକୁ କହି ଯୁବତୀଙ୍କୁ କଲେ ଦୁଷ୍କର୍ମ। ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଭୁବନେଶ୍ୱର (କେନ୍ୟୁଜ): ହୋଲି ରାତିରେ ରାଜଧାନୀରେ ଯୁବକଙ୍କ ହଙ୍ଗାମା। ଲିଫ୍ଟ ଦେବାକୁ କହି ଯୁବତୀଙ୍କୁ କଲେ ଦୁଷ୍କର୍ମ। ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ। ରେଷ୍ଟୁରାଣ୍ଟରୁ କାମ ସାରି ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ସତ୍ୟ ନାରାୟଣ ସାହୁଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୋଲିସ। ଘଟଣାର ଅଧିକ ତଦନ୍ତ ପାଇଁ ଯୁବତୀ ଜଣଙ୍କ ବୟାନ ରେକର୍ଡ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.