ଚାକିରି ପାଇଯିବା ପରେ ପଢ଼ିଥିବା ସ୍କୁଲରେ ପହଞ୍ଚିଲେ ପୋଲିସ ଅଧିକାରୀ, ଶିକ୍ଷୟିତ୍ରୀଙ୍କ ପାଦସ୍ପର୍ଶ କରି ନେଲେ ଆର୍ଶୀବାଦ
ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ସମସ୍ତଙ୍କର ମନ କିଣିଛି। ଯେଉଁ ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ପୋଲିସ ଅଧିକାରୀ ଖାକି ପୋଷାକରେ ଏକ ସ୍କୁଲର ଶ୍ରେଣୀଗୃହରେ ଛିଡ଼ା ହୋଇଛନ୍ତି ।

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଛି। ବିଶେଷ କରି ହୃଦୟସ୍ପର୍ଶୀ ଭିଡିଓ ଦେଖିବାକୁ ଭଲଲାଗିଥାଏ । ସେହିଭଳି ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ସମସ୍ତଙ୍କର ମନ କିଣିଛି। ଯେଉଁ ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ପୋଲିସ ଅଧିକାରୀ ଖାକି ପୋଷାକରେ ଏକ ସ୍କୁଲର ଶ୍ରେଣୀଗୃହରେ ଛିଡ଼ା ହୋଇଛନ୍ତି ।
ତେବେ ତେବେ ଯାହା ସୂଚନା ମିଳିଛି,ଉକ୍ତ ପୋଲିସ ଅଧିକାରୀ ଜଣକ ଏହି ଚାକିରି ପାଇଯିବା ପରେ ସେ ଯେଉଁ ସ୍କୁଲରେ ପାଠପଢ଼ିଥିଲେ ସେଇ ସ୍କୁଲରେ ଯାଇ ପହଞ୍ଚିଥିଲେ। ତାଙ୍କୁ ସ୍କୁଲରେ ପହଞ୍ଚିବା ଦେଖି ସେଠାରେ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଖୁସି ହୋଇଯାଇଥିଲେ। ଏଥିସହିତ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ପୋଲିସ ଅଧିକାରୀଙ୍କୁ ସମସ୍ତଙ୍କୁ ଚିହ୍ନାଇ ଦେଇଥିଲେ।
ଶିକ୍ଷୟିତ୍ରୀ କହିଥିଲେ,‘ଏହି ପୋଲିସ ଅଧିକାରୀ ଜଣକ କେବଳ ଯେ ଦେଶର ନାମ ରଖିଛନ୍ତି ତାହ ନୁହେଁ, ସେ ସମାଜ ଓ ନିଜ ବାପା ଓ ମା’ଙ୍କର ବି ନାମ ଉଜ୍ଜ୍ବଳ କରିଛନ୍ତି। ଭବିଷ୍ୟତରେ ତୁମେ ବି ୟାଙ୍କ ଭଳି ହେବାକୁ ଚେଷ୍ଟା କରିବ।’
ଏହାପରେ ଶିକ୍ଷୟିତ୍ରୀ ଜଣକ ପୋଲିସ ଅଧିକାରୀଙ୍କୁ ୧୧୦୦ଟଙ୍କା ବଢ଼ାଇ ଦେଇଥିଲେ। କିନ୍ତୁ ପୋଲିସ ଅଧିକାରୀ ଗ୍ରହଣ ନକରିବାରୁ ଶିକ୍ଷୟିତ୍ରୀ ଏହାକୁ ଆର୍ଶୀବାଦ ଭାବେ ଗ୍ରହଣ କର ବୋଲି ପୋଲିସ ଅଧିକାରୀଙ୍କୁ କହିଥିଲେ। ଏହାପରେ ଉକ୍ତ ପୋଲିସ ଅଧିକାରୀ ଶିକ୍ଷୟିତ୍ରୀଙ୍କ ପାଦସ୍ପର୍ଶ କରି ଆର୍ଶୀବାଦ ନେଇଥିଲେ।
ଏହି ହୃଦୟସ୍ପର୍ଶୀ ଭିଡିଓକୁ ଫେସବୁକରେ ସୁନିଲ ବୋରା ସର ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଘଟଣାକୁ ଲୋକେ ପସନ୍ଦ କରିବା ସହିତ ନିଜନିଜ ମତ ଆକାଉଣ୍ଟରେ ସେୟାର କରୁଛନ୍ତି।