Below header

ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ, ଆଜି ସୁଦ୍ଧା ଭୁବନେଶ୍ୱରର ସମସ୍ତ ଅଂଚଳକୁ ବିଦ୍ୟୁତ ସେବା

ବାତ୍ୟା ପ୍ରଭାବିତ ସହାରାଞ୍ଚଳରେ ଧିରେ ଧିରେ ସ୍ୱାଭାବିକ ହେଉଛି ସ୍ଥିତି । ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ । ଆଜି ସୁଦ୍ଧା ଭୁବନେଶ୍ୱରର ସମସ୍ତ ଅଂଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱର ଡିଭିଜନ ଅନ୍ତର୍ଗତ ୨ ଲକ୍ଷ ୩୨ ହଜାର ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରୁ ଏ ପର‌୍ୟ୍ୟନ୍ତ ୨ ଲକ୍ଷ ଏକ ହଜାର ଗ୍ରାହକଙ୍କୁ ବିଦ୍ୟୁତ ପହଞ୍ଚିସାରିଛି । ବାରଙ୍ଗ ଓ କାନନ ବିହାର ଅଞ୍ଚଳରେ ସମସ୍ୟା ରହିଛି । କଟକରେ ମଧ୍ୟ ଆଜି ସମସ୍ତ ଅଂଚଳକୁ ବିଜୁଳି ମିଳିବ ବୋଲି ଅନୁମାନ କରାଯାଉଛି । ଏହି ଡିଭିଜନରେ ଥିବା ୨ ଲକ୍ଷ ୩୭ ହଜାର ଗ୍ରାହକଙ୍କ ମଧ୍ୟରୁ ଏକ ଲକ୍ଷ ୫୭ ହଜାର ଗ୍ରାହକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ସେପଟେ ପୁରୀରେ ୧୫ ତାରିଖ ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.