Below header

ଫନି କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛି ସେଣ୍ଟ୍ରାଲ ଟିମ: ୧୫ ତାରିଖ ଯାଏ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ଆନ୍ତଃମନ୍ତ୍ରୀ ସ୍ତରୀୟ ଟିମ

ବାତ୍ୟା ‘ଫନି’ରେ କେତେ ହୋଇଛି କ୍ଷୟକ୍ଷତି ? ଆକଳନ ପାଇଁ ଆଜି ଆସିବ କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରୀ ସ୍ତରୀୟ ଟିମ । ଆଜିଠୁ ୧୫ ତାରିଖ ମଧ୍ୟରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ ଟିମ୍ । ଏହି ସବୁ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିବେ । କେନ୍ଦ୍ରୀୟ ଟିମ୍ ତୁରନ୍ତ ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୬ ତାରିଖରେ ଓଡ଼ିଶାରେ ବାତ୍ୟା ସ୍ଥିତିର ସମୀକ୍ଷା ପରେ ପ୍ରତିଶ୍ରୁତି ଦେଇଥିଲେ । ବାତ୍ୟା ନେଇ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ।

ପ୍ରାକୃତିକ ବିପର‌୍ୟ୍ୟର ମୁକାବିଲା ନେଇ କେନ୍ଦ୍ରକୁ ୧୭ ହଜାର କୋଟି ଟଙ୍କା ମାଗିଛନ୍ତି ଓଡିଶା ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୀର୍ଘ ମିଆଦି ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜଧାନୀ ଭୁବନେଶ୍ୱରରେ କ୍ଷୟକ୍ଷତିର ଆକଳନ ପ୍ରାୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ । ବାତ୍ୟା ପ୍ରଭାବିତ ଅନ୍ୟାନ୍ୟ ଜିଲ୍ଲାର ସାମଗ୍ରିକ ବିକାଶରେ ବି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏବେ କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତି ରିପୋର୍ଟ ଦେବା ପରେ ଆଉ କେତେ ସହାୟତା ମିଳୁଛି ତା ଉପରେ ସମସ୍ତଙ୍କ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.