Below header

ଶକ୍ତି ମଲ୍ଟଏୟାର୍‌ ଆଣ୍ଡ୍‌ ଲିମୋନେଡ୍‌ରେ ଆଇଟି ଚଢ଼ଉ, ବୌଦ୍ଧ ଡିଷ୍ଟିଲେରୀ ସହ ଲିଙ୍କ ଥିବା ସନ୍ଦେହ

ଧୀରଜ ସାହୁ ବ୍ୟବସାୟିକ ଲିଙ୍କରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ରେଡ୍ । ସ୍କାନରରେ ଢେଙ୍କାନାଳ ମଦ ବ୍ୟବସାୟୀ । ତୁମୁସିଙ୍ଗା ଥାନା ମାଛିଆ ଗାଁରେ ଥିବା ଶକ୍ତି ମଦ ବଟଲିଂ ପ୍ଲାଣ୍ଟରେ ଆୟକର ବିଭାଗର ଚଢାଉ। ଆୟକର ଫାଙ୍କିବା ସନ୍ଦେହରେ ଗତକାଲିଠୁ ଆଇଟି ବିଭାଗର ଏକ ୮ ଜଣିଆ ଟିମ୍ ଖୋଳତାଡ଼ କରୁଛନ୍ତି।

ଢେଙ୍କାନାଳ (କେନ୍ୟୁଜ): ଧୀରଜ ସାହୁ ବ୍ୟବସାୟିକ ଲିଙ୍କରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ରେଡ୍ । ସ୍କାନରରେ ଢେଙ୍କାନାଳ ମଦ ବ୍ୟବସାୟୀ । ତୁମୁସିଙ୍ଗା ଥାନା ମାଛିଆ ଗାଁରେ ଥିବା ଶକ୍ତି ମଦ ବଟଲିଂ ପ୍ଲାଣ୍ଟରେ ଆୟକର ବିଭାଗର ଚଢାଉ। ଆୟକର ଫାଙ୍କିବା ସନ୍ଦେହରେ ଗତକାଲିଠୁ ଆଇଟି ବିଭାଗର ଏକ ୮ ଜଣିଆ ଟିମ୍ ଖୋଳତାଡ଼ କରୁଛନ୍ତି। ଶୁକ୍ରବାର ପ୍ରାୟ ୧୧ ଘଣ୍ଟା ଧରି ଚଢାଉ ହୋଇଥିବା ବେଳେ ଆଜି ବି ଚଢାଉ ଜାରି ରହିବ । ଆୟକର ଜାଲରେ ଧରାପଡ଼ିଥିବା ବୌଦ୍ଧ ଡିଷ୍ଟିଲେରୀରୁ ଏଠାକୁ ସ୍ପିରିଟ୍ ଆସୁଥିବାରୁ ସାହୁ ବ୍ରଦର୍ସ ଲିଙ୍କ ଥିବା ସନ୍ଦେହ କରାଯାଉଛି । ମଦ ବଟଲିଂ ପ୍ଲାଣ୍ଟ ଭିତରେ ଓ ବାହାରେ ପୋଲିସ ଜଗିରହିଛି । କମ୍ପାନୀ ଭିତରେ ଆଇଟି ଟିମ୍ ବିଭିନ୍ନ ପ୍ରକାର କାଗଜପତ୍ର ଯାଞ୍ଚ କରିବା ସହ କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ କରିଥିବା ଜଣାପଡ଼ିଛି ।

ସେପଟେ ଆଗକୁ ଇଡି ଏହି ମାମଲା ନେବାକୁ ସଜବାଜ ହେଲାଣି । ଇଡିର ଜଣେ ଅଧିକାରୀ ଆୟକର ବିଭାଗର ଅଫିସକୁ ଯାଇ ଜଣେ ବରିଷ୍ଠ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନିରେ ବାହାରୁ ସ୍ପିରିଟ ଅଣାଯାଇ ଆଲକହଲ ଓ ନନ୍ ଆଲକହଲ ପ୍ରସ୍ତୁତ କରାଯାଏ। ଏହି ସବୁ ଆଲକହଲକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି କରାଯାଏ । କମ୍ପାନୀ ସରକାରୀ ସ୍ତରରେ ମୁଖ୍ୟତଃ ୪ଟି କାର୍ଯ୍ୟ ପାଇଁ ଅନୁମତି ପାଇଛି । ବ୍ଲିଣ୍ଡିଙ୍ଗ ,ବଟଲିଙ୍ଗ ,ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଙ୍ଗ । ଏଠାରେ ବ୍ରାଣ୍ଡି, ହ୍ବିସକି ଆଦି ବଟଲିଂ କରାଯାଏ । ତେବେ ଅନୁମତି ଥିବା ଉତ୍ପାଦ ବ୍ୟତୀତ ଅନ୍ୟ ଉତ୍ପାଦ ପ୍ରସ୍ତୁତ କରିବା ଏବଂ ଆୟକର ଫାଙ୍କି ଆସୁଥିବା ଅଭିଯୋଗରେ ରେଡ୍ କରାଯାଉଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.