Below header

କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ

ଆଉ ନାହାନ୍ତି ବିଶିଷ୍ଟ ଡାକ୍ତର ଭୁବନାନନ୍ଦ ମହାରଣା । ପରଲୋକରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ୬୯ ବର୍ଷ ବୟସରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

କଟକ (କେନ୍ୟୁଜ): ଆଉ ନାହାନ୍ତି ବିଶିଷ୍ଟ ଡାକ୍ତର ଭୁବନାନନ୍ଦ ମହାରଣା । ପରଲୋକରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ୬୯ ବର୍ଷ ବୟସରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଶୁକ୍ରବାର ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ଦିନ ଅସ୍ତ୍ରୋପଚାର କରାଯାଇଥିଲା ।

ଏସସିବି ମେଡିକାଲର ନ୍ୟୁରୋସର୍ଜରୀ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ମଧ୍ୟ ଡାକ୍ତର ମହାରଣାଙ୍କୁ ବ୍ରେନ ଷ୍ଟୋକ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଜଣେ ମେଳାପୀ ଡାକ୍ତର ଥିଲେ ଭୁବନାନନ୍ଦ ମହାରଣା । ଏସସିବିରେ ସେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ । କାଜୁଆଲିଟି ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରୁଥିଲେ ଭୁବନାନନ୍ଦ ମହାରଣା । ଅବସର ଗ୍ରହଣ ପରେ ତାଙ୍କୁ ଏସସିବିରେ ଜରୁରୀକାଳୀନ ଅଫିସର ଭାବରେ ନିଯୁକ୍ତି ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.