ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ

ସତ ହେବାକୁ ଯାଉଛି ଦୀର୍ଘବର୍ଷର ସ୍ବପ୍ନ। ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଲୋକାର୍ପଣ । ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସତ୍ୟବାଦୀ ପଞ୍ଚସଖା ଖେଳପଡ଼ିଆରେ ଉଦଘାଟନୀ ଉତ୍ସବ ଲାଗି ବିଶେଷ ଆୟୋଜନ କରାଯାଇଛି ।

ପୁରୀ (କେନ୍ୟୁଜ): ସତ ହେବାକୁ ଯାଉଛି ଦୀର୍ଘବର୍ଷର ସ୍ବପ୍ନ । ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର ଲୋକାର୍ପଣ । ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସତ୍ୟବାଦୀ ପଞ୍ଚସଖା ଖେଳପଡ଼ିଆରେ ଉଦଘାଟନୀ ଉତ୍ସବ ଲାଗି ବିଶେଷ ଆୟୋଜନ କରାଯାଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଓଡ଼ିଆ ବିଶ୍ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ଏବେ ଏହାର ନିର୍ମାଣ ଶେଷ ହୋଇଛି । କ୍ୟାମ୍ପସକୁ ଛାତ୍ରଛାତ୍ରୀ ଓ ଗେବଷକଙ୍କ ପାଇଁ ଉନ୍ମୋଚିତ ହେବାକୁ ଯାଉଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଭାଷାବିତ୍ ଓ ସାହିତ୍ୟିକଙ୍କୁ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି ।

ଲୋକାର୍ପଣ ପରେ ଆସନ୍ତା ଫେବୃୟାରୀ ଦ୍ବିତୀୟ ସପ୍ତାହରୁ ନିଜସ୍ବ କ୍ଯାମ୍ପସରେ ପାଠ ପଢ଼ିବେ ଶିକ୍ଷାର୍ଥୀ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଫେବୃୟାରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଭାଷା ସମ୍ମିଳନୀ ପରେ ଶିକ୍ଷାର୍ଥୀଙ୍କ କ୍ୟାମ୍ପସ ପ୍ରବେଶ ହେବ । ଏଥିସହ ଆଗକୁ ୨ଟି ନୂଆ ପାଠ୍ୟକ୍ରମ ଯୋଡ଼ି ହେବ । ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୀର୍ଘ ୬ ମାସ ଧରି ସାକ୍ଷୀଗୋପାଳ ପରିସରରେ ପାନ୍ଥଶାଳା ପରିସରରେ ଶିକ୍ଷା ଗ୍ରହଣ କରୁଛନ୍ତି । ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ରୁମ ସହ ହଷ୍ଟେଲ, କ୍ୟାଣ୍ଟିନ ଓ ସୁଇମିଂ ପୁଲ ଆଦିର ବ୍ୟବସ୍ଥା କରାଯାଇଛି । ଶିକ୍ଷା ଉପଯୋଗୀ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ବିକାଶରେ ଏହି ବିଶ୍ୱ ବିଦ୍ୟାଳୟ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.