ଆଉ ଦୁଇ ଦିନ ରାଜ୍ୟରେ ବର୍ଷା ସାଙ୍ଗକୁ ମେଘୁଆ ପାଗ,୨୬ରେ ବଦଳିବ ପାଗ

ଶୀତ ଦିନେ ବର୍ଷା । କୋହଲା ପାଗ ସାଙ୍ଗକୁ ବର୍ଷା । କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷୁଛି । ଗତ ତିନି ଦିନ ହେବ ହେବ ରାଜ୍ୟରେ ଏମିତି ପାଗ । ଆସନ୍ତାକାଲି ଯାଏ ବର୍ଷା ସାଙ୍ଗକୁ ମେଘୁଆ ପାଗ ରହିବ । ଆଜି ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଶୀତ ଦିନେ ବର୍ଷା । କୋହଲା ପାଗ ସାଙ୍ଗକୁ ବର୍ଷା । କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷୁଛି । ଗତ ତିନି ଦିନ ହେବ ହେବ ରାଜ୍ୟରେ ଏମିତି ପାଗ । ଆସନ୍ତାକାଲି ଯାଏ ବର୍ଷା ସାଙ୍ଗକୁ ମେଘୁଆ ପାଗ ରହିବ । ଆଜି ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜି ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡିରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ସେହିଭଳି କାଲି ପାଇଁ ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, ଜଗତସିଂହପୁର, କନ୍ଧମାଳ ଓ କୋରାପୁଟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତାକାଲି ଅପରାହ୍ଣ ଯାଏ ପାଗ ମେଘୁଆ ରହିବ । ୨୬ରୁ ବଦଳିପ ପାଗ । ଖରାଟିଆ ପାଗ ସହ ଦିନରେ ବଢ଼ିବ ତାପମାତ୍ରା । ଗତକାଲି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟତା ଯୋଗୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବରେ ପ୍ରବେଶ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.